
କେନ୍ଦ୍ରାପଡ଼ା,୧୩ା୮: ଆଜି ଶ୍ରାବଣ ମାସ ଶେଷ ସୋମବାର ଦିନ କେନ୍ଦ୍ରାପଡା ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁବାଟିକା ଶ୍ରେଣୀର ଶିଶୁ ଭାଇଭଉଣୀମାନେ କାଉଡି ଯାତ୍ରାରେ ଯୋଗ ଦେଇଥିଲେ । ଏଥିରେ ୧୫ଜଣ ଶିଶୁ ପାଣି ଭାର ନେଇଥିଲେ । ଅନ୍ୟ ଶିଶୁମାନେ ବିଦ୍ୟାଳୟ ପରିସରରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ସାନ୍ତସାହିସ୍ଥିତ ଆଖଣ୍ଡଳମଣୀ ମନ୍ଦିରରେ ଜଳାଭିଷେକ କରିଥିଲେ । ଏଥିରେ ସମସ୍ତ ଗୁରୁଜୀ/ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯାଇଥିଲା ।
Tue Aug 13 , 2024
କେନ୍ଦ୍ରାପଡା,୧୩ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀମାନେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିକଟରେ ଦାବି କରିଛନ୍ତି। ଛାତ୍ରଛାତ୍ରୀମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ। ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ମହାବିଦ୍ୟାଳୟରେ ଏବେ ୨୫ଶହରୁ […]