ପୁଣି କୁମ୍ଭୀର ଉପଦ୍ରବ, ବାସନ ମାଜିବା ବେଳେ ଟାଣିନେଲା ,ଦଳ ଭର୍ତିି କେନାଲରୁ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର


କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୁମ୍ଭୀର ଆକ୍ରମଣ । ମାତ୍ର ସପ୍ତାହେ ଅନ୍ତରରେ ପୁଣି ଜଣେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । କୁମ୍ଭୀର ଆକ୍ରମଣରେ ଲୋକଙ୍କ ଜୀବନହାନି ଘଟିବା ସତେ ଯେମିତି ଏକ ସାଧାରଣ ଘଟଣା ହେଲାଣି । ଗତ ବର୍ଷେ ଭିତରେ କେବଳ ଏହି ବନାଂଚଳରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏଥିଯୋଗୁଁ ଅଂଚଳରେ ଚାପା ଅସନ୍ତୋଷ ଲାଗିରହିଛି । ଗତ ସପ୍ତା ଏହି ବୁଧବାର ଦିନ ପଟ୍ଟାମୁଣ୍ଡାଇ ନିମପୁର ଗାଁର ୧୦ ବର୍ଷର ନାବାଳକ ଆଶୁତୋଷ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ବେଳେ ଆଜି ପୁଣି ରାଜନଗର ଥାନା ଚାନ୍ଦି ବାଉଁଶମୂଳ ପଂଚାୟତ ହାତିଆଗଡ଼ି ଗାଁରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇମାରି ଦେଇଛି । ମହିଳା ଜଣଙ୍କ ହାତିଆଗଡ଼ି ଗାଁର ସୀତା ରାଣୀ ଦାସ (୪୫) । ଦଳ ଭର୍ତିି କେନାଲରୁ ତାଙ୍କର କ୍ଷତ ବିକ୍ଷତ ମୃତଦେହ ମିଳିଛି ।
ଆଜି ଅପରାହ୍ନରେ ରାଜନଗର ବ୍ଲକ ହାତୀଆଗଡ଼ି ଗାଁର ସୀତାରାଣୀ ତାଙ୍କ ବାଡ଼ି ପଛପଟ ପୋଖରୀ ତୁଠରେ ବାସନ ମାଜିବା ସମୟରେ ଏକ କୁମ୍ଭୀର ତାଙ୍କୁ ଟାଣି ନେଇ ଗଭୀର  ଚଡ଼ଦିଆ କେନାଲ ମଧ୍ୟରେ ରଖିଥିଲା । ଘଟଣାସ୍ଥଳରେ ରାଜନଗର ବନବିଭାଗ ଓ ଅଗ୍ନିଶମ ବାହିନୀ ପହଞ୍ଚି ଜେସିବି ସାହାଯ୍ୟରେ କେନାଲରୁ ଦଳ ସଫା କରି ତାଙ୍କ ମୃତଦେହ ଉଦ୍ଧାର କରିଛି । କୁମ୍ଭୀର ମହିଳାଙ୍କୁ ଟାଣି ନେବା ଘଟଣାରେ ସ୍ଥାନୀୟ ଲୋକମାନେ ରାଜନଗର ଭିତରକନିକା ରାସ୍ତା ହାତିଆଗଡ଼ି ନିକଟରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ । ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ ରାସ୍ତାରୁ ଉଠିବୁ ନାହିଁ ବୋଲି ଲୋକମାନେ କହିଥିଲେ । ତହସିଲଦାର ଘଟଣାସ୍ଥଳରେ ପହଁଚି ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା ।


Discover more from

Subscribe now to keep reading and get access to the full archive.

Continue reading