ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ


କେନ୍ଦ୍ରାପଡା,୧୬ା୮: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ଆନନ୍ଦ ମାର୍ଗରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ପ୍ରଥମ ଓଡିଆ ଛାତ୍ର, କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ତଥା “ଦୁଃଖିନୀ କନିକା”ପୁସ୍ତକର ରଚୟିତା ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୀବନାଦର୍ଶ ଓ ଦେଶ ସ୍ୱାଧୀନତାରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଉପଦେଷ୍ଟା ନିରଞ୍ଜନ ମେକାପ, ମୁକ୍ତାର ଖାନ, କାଉନସିଲର ନିରାକାର ସ୍ୱାଇଁ, ପ୍ରଦିପ କୁମାର ସିଂହ, ଗୋଲଖ ଚନ୍ଦ୍ର ପରିଡା, ଧୀରେନ୍ଦ୍ର ଦାସ, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ସେକ ଚନ୍ଦନ, ଆଲୋକ କୁମାର ସାହୁ, ନିରଞ୍ଜନ ବଳ, ସଞ୍ଜୟ କୁମାର ଜେନା, ସୟଦ ମୁକ୍ତାର ଅଲ୍ଲୀ, ପ୍ରଦୀପ୍ତ କୁମାର ମହାନ୍ତି, ରାଜେଶ କୁମାର ମହାନ୍ତି, କମଳାକାନ୍ତ ବେହେରା, ମୃତ୍ୟୁଞ୍ଜୟ ମହାନ୍ତି, ଚନ୍ଦନ ବିହାରୀ ପରିଡା, ସମ୍ବିତ ଶ୍ରୀଚନ୍ଦନ, ଉମାକାନ୍ତ ଗୁରୁ, ପୀତବାସ ଦାସ, ସେକ ସାମା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶେଷଦେବ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ଭିଜିଲାନ୍ସ ହାତରେ କୋଟିପତି ଯୋଗାଣ ଅଧିକାରୀ

Fri Aug 16 , 2024
କେନ୍ଦ୍ରାପଡ଼ା,୧୬ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା କୋଟିପତି ସହକାରୀ ଯୋଗାଣ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କର କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ୱର ପ୍ରଭୃତି ୫ଟି ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଚଢଉ ବେଳେ ଜଣାପଡିଛି। ଏହି ଚଢାଉରୁ କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣନଗରରେ ଥିବା ଏକ ମହଲା ବିଶିଷ୍ଟ କୋଠା ଘର, ଭୁବନେଶ୍ୱର ଲିଙ୍ଗିପୁରର […]

KANIKA