ଗହ୍ମା ପୂର୍ଣ୍ଣିମାରେ ସରୋଜିନୀ ପରିଡାଙ୍କ ଶ୍ରାଦ୍ଧୋତ୍ସବ



କେନ୍ଦ୍ରାପଡା,୨୦/୮: ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବାରୁଅସ୍ଥିତ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ ରକ୍ଷାବନ୍ଧନ ଉତ୍ସବ ଏବଂ କବି ଭାବଗ୍ରାହୀ ପରିଡାଙ୍କ ପତ୍ନୀ ଧର୍ମପ୍ରାଣା ସରୋଜିନୀ ପରିଡାଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧୋତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତା ପରିଡାଙ୍କ ମଧ୍ୟମ ପୁତ୍ର ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସତୀର୍ଥର ସଭାପତି କବି ଅମର ପ୍ରସାଦ ରାଉତ ମୁଖ୍ୟ ଅତିଥି, ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଞ୍ଜନ ପରିଡା ମୁଖ୍ୟବକ୍ତା ଏବଂ କବି ଗଗନ ବିହାରୀ ଜେନା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଗହ୍ମା ପୂର୍ଣ୍ଣିମା ଏବଂ ରକ୍ଷା ବନ୍ଧନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିବା ସହିତ ମହିୟସୀ ମହିଳା ସରୋଜିନୀଙ୍କ ବନ୍ଧୁ ବତ୍ସଳତା ଏବଂ ଆତିଥ୍ୟ ପରାୟଣତା ସଂପର୍କରେ ଆଲୋଚନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ପାଞ୍ଚଦିନ ବ୍ୟାପୀ ହରିବଂଶ ପାରାୟଣ, ଭଜନ ସମାରୋହ, ସଂକୀର୍ତ୍ତନ, ପ୍ରବଚନ, ସାଧୁ ସମାବେଶ ଏବଂ ହୋମଯଜ୍ଞ ଆୟୋଜିତ ହୋଇଥିଲା । ନିକିରାଇ ମଠର ମହନ୍ତ ମହାରାଜ ଅଭୟ ଦାଶ ଏବଂ ଫୋରଡ ବାୟା ଆଶ୍ରମର ମହନ୍ତ ହୃଷୀକେଶ ଦାଶ ପ୍ରମୁଖ ଏଥିରେ ଯୋଗଦେଇ ଅଶୀର୍ବଚନ ପ୍ରଦାନ କରିଥିଲେ । ପଣ୍ଡିତ ପ୍ରଶାନ୍ତ ମହାପାତ୍ର ହରିବଂଶ ପାରାୟଣ କରିଥିଲେ । ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ଏବଂ ବିଶିଷ୍ଟ ସମାଜସେବୀ ଶୁଭଙ୍କର ନାୟକଙ୍କ ଶ୍ରଦ୍ଧାଞଳି ବାର୍ତ୍ତା ନାତି କ୍ରିଷ୍ଣାନନ୍ଦ ମହାପାତ୍ର ପାଠ କରିଥିଲେ । ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ ସହିତ ସରୋଜିନୀଙ୍କ ସନ୍ତାନ ବତ୍ସଳତା ଏବଂ ଆଧ୍ୟାତ୍ମିକତା ଭାବ ସଂପର୍କରେ ସୂଚନା ଦେଇଥିଲେ । ନିରୁପମା ଜେନା, ରାଜଲକ୍ଷ୍ମୀ ପରିଡା, ରଶ୍ମୀତା ସୂତାର ଏବଂ ଅର୍ଚ୍ଚନା ପରିଡା ସ୍ୱାଗତ ସଂଗୀତ ଗାଇଥିଲେ । କଣ୍ଠଶିଳ୍ପୀ ବିମଳ ପରିଡା, ଅକ୍ଷୟ ମହାନ୍ତିଙ୍କ କେତେକ କାଳଜୟୀ ଭଜନ ଗାଇବା ପରେ ସୁରେନ୍ଦ୍ର ରାଉତ ଭିକାରୀ ବଳଙ୍କ ଭଜନ ଗାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, କେନ୍ଦ୍ର ନିର୍ଦ୍ଦେଶକ ଇଂ. ବିଶ୍ୱଜିତ ପରିଡା ଏବଂ କାର୍ଯ୍ୟକ୍ରମ ନିଷ୍ପାଦିକା ସୁଶ୍ରୀ ସଂଗୀତା ଜେନା ସ୍ମୃତିଚାରଣ କରି ଶ୍ରଦ୍ଧାଞଳି ଜଣାଇଥିଲେ । ବିଜୟ ପରିଡା, ବିକାଶ ପରିଡା, ବିଚିତ୍ର ପରିଡା, ବିଶାଲ ପରିଡା, ବାସନ୍ତୀ ମହାପାତ୍ର, ଲିଲୁରାଣୀ ପରିଡା, ମମତା ପରିଡା,ରେଣୁବାଳା ପରିଡା, ପୁଷ୍ପାଞ୍ଜଳି ପରିଡା, ପ୍ରଭାତ ବେହେରା, ତୋଫାନ ମଲିକ ଏବଂ ଅମର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନରେ ସହାୟତା କରିଥିଲେ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading