ତମାଖୁ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ନୟ କମିଟି ବୈଠକ



କେନ୍ଦ୍ରାପଡ଼ା ୨୧ା୮: ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ନୟ କମିଟି ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ତମାଖୁ ନିୟନ୍ତ୍ରଣ ହେଉଛି ନୈତିକ ଦାୟିତ୍ୱ । ବ୍ୟତିଗତ ଭାବେ ଏହାପ୍ରତି ସଚେତନ ହେବା ଦରକାର । ତମାଖୁ ନିରୋଧ ଆଇନ କାର୍ଯ୍ୟକାରୀ ଦ୍ୱାରା ତମାଖୁ ସେବନ ହଟେଇବା ୨୦ପ୍ରତିଶତ ସଫଳ ହୋଇଥାଏ । କିନ୍ତୁ ତମାଖୁ ବର୍ଜନ ସଚେତନତା ଜରିଆରେ ୮୦ ପ୍ରତିଶତ ସଫଳତା ମିଳିପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ତେଣୁ ତମାଖୁ ବ୍ୟବହାରକୁ ଦୂରେଇବାରେ ସଚେତନତା ହିଁ ଅମୋଘ ଅସ୍ତ୍ର । ସମସ୍ତ କାର୍ଯ୍ୟାଳୟ ପରିସର ତମାଖୁ ମୁକ୍ତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ସେକେଣ୍ଡରେ ଜଣେ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି । ତମାଖୁରେ ରହିଛି ୪ ହଜାରରୁ ଅଧିକ ପ୍ରକାରର ରାସାୟନିକ ପଦାର୍ଥ । ଏହାର ସେବନ ଦ୍ୱାରା ମୁହଁ, ଜିଭ, ଗାଲ, ସ୍ୱରଯନ୍ତ୍ର ଭଳି ଅଙ୍ଗ ନଷ୍ଟ ହୁଏ ଓ ଆମ ସମାଜରେ ତମାଖୁ ସେବନ କରୁଥିବା ଲୋକମାନଙ୍କୁ ନିଶା ସେବନ ଠାରୁ ଦୁରେଇ ରଖିବା ଆମ ସମସ୍ତଙ୍କର ସମାଜିକ ଦାୟତ୍ୱବୋଧ ହେବା ଆବଶ୍ୟକ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ୨୦୦୩ ମସିହାରେ କୋଟପା ଆଇନକୁ ପୋଲିସ ବିଭାଗ କଡାକଡି ଲାଗୁ କରିବା ତଥା ସର୍ବସାଧାରଣ ସ୍ଥାନ, ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାନ, ଗୁଟଖା, ତମାଖୁ ସେବନ ନିଷେଧ ସମ୍ପର୍କିତ ବିଜ୍ଞପ୍ତି ତଥା ନିର୍ଦ୍ଦେଶନାମା ଜାରି କରିବା ବିଷୟରେ ଆଲୋଚନା କରଯାଇଥିଲା । ଗତ ବର୍ଷ ୯୦ଜଣ ଜନ ପ୍ରତିନିଧିଙ୍କୁ ଏ ଦିଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ଗ୍ରାମପଞ୍ଚାୟତର ଗୋଟିଏ ଗୋଟିଏ ଗ୍ରାମକୁ ତମାଖୁ ମୁକ୍ତ ଗ୍ରାମ କରିବା ପାଇଁ ପ୍ରଚେଷ୍ଟା କରାଯାଇଥିବା ବେଳେ ୨୦୨୪-୨୫ ବର୍ଷରେ ୯୦ଜଣ ଜନ ପ୍ରତିନିଧିଙ୍କୁ ପ୍ରଶିକ୍ଷଣ ପ୍ରଦାନ ପାଇଁ ଯୋଜନା କରାଯାଇଛି । ଗତ ବର୍ଷ ୯୪ଟି ସ୍କୁଲ୍ ଓ ୬ ଟି କଲେଜ ତମାଖୁ ମୁକ୍ତ ହୋଇଥିବା ବେଳେ ଚଳିତ ବର୍ଷ ୭୮ ଟି ସ୍କୁଲ୍ ଓ ୯ଟି କଲେଜ ତମାଖୁ ମୁକ୍ତ କରିବା ପାଇଁ ଯୋଜନା ରଖାଯାଇଛି । କାର୍ଯ୍ୟକ୍ରମର ସଫଳତା ପାଇଁ ବ୍ଲକରେ ସ୍ୱାସ୍ଥ୍‌୍ୟ, ଶିକ୍ଷା, ଜନ ପ୍ରତିନିଧି, ପାନୀୟ ଜଳ ବିଭାଗ, ପୋଲିସ, ଅବକାରୀ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ବ୍ଲକ ଟାସ୍କ୍‌ଫୋର୍ସ ଗଠନ କରାଯିବ ଏବଂ ଚଢାଉ ପାଇଁ ସ୍ୱାର୍ଡ଼ ଗଠନ କରାଯିବ । ଏନଫୋର୍ସମେଣ୍ଟ ସ୍ୱାର୍ଡ଼ ୨୬ ଟି ସ୍ଥାନରେ ଚଢାଉକରି ୧୪୮ଜଣଙ୍କ ଠାରୁ ସର୍ବାଧିକ ୨୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନ ଆଦାୟ କରାଯାଇଛି । ସମସ୍ତ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ ତମାଖୁ ସେବନ ନକରିବାକୁ ଶପଥ ପାଠ କରାଇବା ସହ ତମାଖୁ ବର୍ଜନ ପାଇଁ ସଚେତନ କରିବାକୁ ବୈଠକରେ ଅଲୋଚନା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ସୁପରିନଟେନଟେଣ୍ଡ ପ୍ରମୋଦ ପ୍ରହରାଜ୍‌, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ସଚିଦାନନ୍ଦ ମିଶ୍ର (ପରିବାର କଲ୍ୟାଣ), ପ୍ରଶାସନିକ ଅଧିକାରୀ ଆଦ୍ୟାଶା ରଥ, ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦିପ୍ କୁମାର ନାଗ, ଡ.ପି.ଏମ.ଗୀତାଞ୍ଜଳି ଦାସ, ଡ଼ି.ପି.ଏଚ.ସି.ଓ ମିନତୀ ମହାପାତ୍ର, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ତାଙ୍କ ପ୍ରତିନିଧି, ପିଏଚସି ଓ ସିପିଏଚସିର ସ୍ୱାସ୍ଥ୍‌୍ୟ ଅଧିକାରୀ ଏବଂ ଡିଏଚଏଚର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ୟାମସୁନ୍ଦର ବିଶ୍ୱାଳ ପ୍ରାରମ୍ଭିକ ସୁଚନା ଦେବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading