କେନ୍ଦ୍ରାପଡା ସାଂସଦଙ୍କ କ୍ଷତିଗ୍ରସ୍ତ ବିନୋଦବିହାରୀ ମନ୍ଦିର ପରିଦର୍ଶନ


କେନ୍ଦ୍ରାପଡା,୨୪/୮: କେନ୍ଦ୍ରାପଡା ସହରର ଗଣାମାହାଲ ସ୍ଥିତ ୧୨୭୬ ସନ୍‌ରେ ତିଆରି କରାଯାଇଥିବା ମନ୍ଦିର ଶ୍ରୀ ଶ୍ରୀ ବିନୋଦବିହାରୀ ମନ୍ଦିରକୁ ଆଜି ସାଂସଦ ବୈଜୟନ୍ତ ପଣ୍ଡା ପରିଦର୍ଶନରେ ଆସି ସବିଶେଷ ଆଲୋଚନା କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୧୯ ତାରିଖରେ ବଜ୍ରାଘାତରେ ଆକସ୍ମିକ ଭାବେ ଦଧିନଉତି ଓ ବିଭିନ୍ନ ସ୍ଥାନରୁ ପଥର ଭାଙ୍ଗି ଖସିପଡିଥିଲା । ବର୍ତ୍ତମାନ ଦଧିନଉତିର ପଥର ଗୁଡିକ ବିପଦ ଶକୁଳ ଅବସ୍ଥାରେ ଅଛି । କୌଣସି ସମୟରେ ଏହା ପଡିଯିବାର ସମ୍ଭାବନା ଅଛି । ଏହି ଘଟଣା ଶୁଣିବା ପରେ ସାଂସଦ ଶ୍ରୀ ପଣ୍ଡା ବର୍ଷା ସତ୍ୱେ ମନ୍ଦିରକୁ ଦେଖିବାକୁ ଆସିଥିଲେ । ଏହା ଦେଖି ସେ ସଙ୍ଗେ ସଙ୍ଗେ ଏଣ୍ଡାମେଣ୍ଟ କମିଶନରଙ୍କ ସହିତ କଥା ହୋଇଥିଲେ । ସେ ପ୍ରତିଶୃତି ଦେଇଥିଲେ ଯେ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଏହାର ମରାମତି କାର୍ଯ୍ୟ ଖୁବଶୀଘ୍ର କରିବାକୁ ଚେଷ୍ଟା କରିବେ । ସାଂସଦ ଶ୍ରୀ ପଣ୍ଡା ଶ୍ରୀ ଶ୍ରୀ ବିନୋଦ ବିହାରୀ ଜୀୟୁ, ଗୋପିନାଥ ଜୀୟୁ ଓ ବାଲାବାବା ମନ୍ଦିରର ଟ୍ରଷ୍ଟ ବୋର୍ଡର ସଦସ୍ୟ ଉମାକାନ୍ତ ସିଂ, ଜୟନ୍ତ କୁମାର ସାହୁ, ଅମର କୁମାର ସାହୁ, ଚୌଧୁରୀ ସୁକୁମାର ଦାସ, ବସନ୍ତ କୁମାର ସାହୁ, ଅକ୍ଷୟପ୍ରିୟ ଦାସ, ହୃଷିକେଶ ସାହୁ, କାହ୍ନୁଚରଣ ସାହୁଙ୍କୁ ଭେଟି ଏହି ମନ୍ଦିରର ସମସ୍ୟା ଉପରେ ଆଲୋଚନା କରିଥିଲେ । ପରିଦର୍ଶନ ସମୟରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ବିଜେପି ବିଧାୟକ ପ୍ରାର୍ଥୀନୀ ଗିତାଞ୍ଜଳି ସେଠୀ, ବିଜେପି ରଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଉପିନ ରାଉତ ଓ ଅମିତାଭ ସୁଆର, ନଗର ସଭାପତି ପ୍ରଭାତ ମହାନ୍ତି, ନାରାୟଣ ସିଂ, ରାଜେନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading