କେନ୍ଦ୍ରାପଡ଼ା, ୨୯ା୮: ସ୍ୱାୟତ ଶାସନ ଦିବସଆସନ୍ତା ୩୧ତାରିଖରେ କେନ୍ଦ୍ରାପଡ଼ା ପୌରପରିଷଦ ଟାଉନ ହଲଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେପୌରପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କମଧ୍ୟରେକେନ୍ଦ୍ରାପଡ଼ା ଟାଉନ ହଲଠାରେ ଗତ ୨୬ ତାରିଖରୁ୨୮ତାରିଖ ପର୍ଯ୍ୟନ୍ତବକ୍ତୃତା, ଚିତ୍ରାଙ୍କନ, ନୃତ୍ୟ ବିଭାଗରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୌରପରିଷଦର ଅଧ୍ୟକ୍ଷା ସରିତା ସାହୁଙ୍କ ଉପସ୍ଥିତି ଓ ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ପ୍ରତିଯୋଗୀତା ସମ୍ପର୍ଣ୍ଣ ହୋଇଯାଇଛି । କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୩୧ତାରିଖ ସଧ୍ୟାରେ ଅନୁଷ୍ଠିତ ସ୍ୱାୟତ ଶାସନ ଦିବସପାଳନ ବୈଠକରେ ପୁରସ୍କୃତ କରାଯିବ ବୋଲି କେନ୍ଦ୍ରାପଡା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।