ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ୫କିଲୋମିଟର ବ୍ୟାପୀ ତାଳମଞ୍ଜି ରୋପଣ



କେନ୍ଦ୍ରାପଡା ୧୧/୯ – କେନ୍ଦ୍ରାପଡାର ଅଗ୍ରଣୀ ବିନା ସରକାରୀ ସହାୟତାରେ ଗଢିଉଠିଥିବା “ମୁଡ୍‌” ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନିକିରାଇ ମଠସାହିସ୍ଥିତ ୮ ନମ୍ବର ଶାଖା କେନାଲର ଦୁଇ ପାଶ୍ୱର୍ରେ ୫କିଲୋମିଟର ବ୍ୟାପୀ ତାଳମଞ୍ଜି ମୁଡ୍‌ର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପୌରୋହିତ୍ୟରେ ରୋପଣ କରାଯାଇଛି । ମୁଡ୍‌ର ସମ୍ପାଦକ କୁଳମଣି ଗୋଚ୍ଛାୟତଙ୍କ ସଂଯୋଜନା ଓ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଳମଞ୍ଜି ସଂଗ୍ରହ, ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୀର ହନୁମାନଜୀଉ ମହାବିଦ୍ୟାଳୟର ସମାଜ ବିଜ୍ଞାନର ମୁଖ୍ୟ ଅଧ୍ୟାପକ ଡଃ ହିମାଂଶୁଭୂଷଣ ପରିଡା, ସମାଜସେବୀ ରଘୁନାଥ ରାଉତ, ସୌରଭ ମହାନ୍ତି, ବାନାମ୍ବର ଦାସ, କେଶବ ଗୋଚ୍ଛାୟତ, କେଶବ ଦାସ, ରତ୍ନାକର ଜେନା ପ୍ରମୁଖ ଯୋଗଦାନ କରି ତାଳଗଛର ଉପାଦେୟତା ସମ୍ପର୍କରେ ଆଲୋକପାତ କରି ତାଳମଞ୍ଜି ରୋପଣ କରିଥିଲେ । କେନ୍ଦ୍ର ସରକାରଙ୍କ ଆହ୍ୱାନ ମା’ ପାଇଁ ଗଛଟିଏ ଓ ରାଜ୍ୟ ସରକାରଙ୍କ ତାଳମଞ୍ଜି ରୋପଣ ଆହ୍ୱାନକୁ ପାଥେୟ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମୁଡ୍‌’ ନିରନ୍ତର କାର୍ଯ୍ୟ କରିଆସିଛି । ନିକଟରେ ବୀର ହନୁମାନଜୀଉ କଲେଜରେ ୫ଶହରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା କରାଯାଇଥିଲା । ବଜ୍ରପାତରୁ ରକ୍ଷା ପାଇବାକୁ ହେଲେ ଏକମାତ୍ର ତାଳଗଛ ଯେକି ହାଇ କଣ୍ଡକ୍ଟର୍ କାମ କରେ ଆଉ ଆର୍ଥିଂ ଭଳି ବଜ୍ରପାତକୁ ନିୟନ୍ତ୍ରଣ କରିଥାଏ ।


Discover more from

Subscribe now to keep reading and get access to the full archive.

Continue reading