ନଦୀରେ ବୁଡି ୮ବର୍ଷର ଶିଶୁ ମୃତ

0
ଗୋପାଳ ମଲ୍ଲିକ (1)


ପଟ୍ଟାମୁଣ୍ଡାଇ ୪/୧୧ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସୁଜନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାଖ ଗୋବରୀ ଶାଖା ନଦୀରୁ ଜଣେ ୮ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁଜଣକ ହେଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ବିଶ୍ୱଜିତ ମଲ୍ଲିକଙ୍କ ଏକମାତ୍ର ପୁଅ ଗୋପାଳ ମଲ୍ଲିକ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଗୋପାଳ ଗତ ତିନି ବର୍ଷ ହେବ ନିଜ ମାଆଙ୍କ ସହ ମାମୁଘର ସୁଜନପୁରରେ ରହିଆସୁଥିଲେ। ତାଙ୍କ ମାଆ ବେଙ୍ଗୁଲି ମଲ୍ଲିକ ପେଟପାଟଣା ପାଇଁ ହାଇଦ୍ରାବାଦରେ କାମ କରୁଥିବା ବେଳେ ପୁଅ ତାଙ୍କ ବାପା ଘର ସୁଜନପୁରରେ ରହୁଥିଲେ। ବୁଧବାର ସକାଳେ ଶିଶୁଟି ଅସାବଧାନତାବଶତଃ ନଦୀକୁ ଚାଲିଯାଇ ବୁଡ଼ିଯାଇ ଥିଲା। ପରିବାର ଓ ଗ୍ରାମବାସୀ ଖୋଜାଖୋଜି କରି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହାକୁ ନେଇ ତାଙ୍କ ଅଜା ହେମନ୍ତ ମଲିକ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୧୫/୪-୧୧-୨୦୨୬ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।


Leave a Reply

Your email address will not be published. Required fields are marked *