ଜୀବନ ନେଲା ଉଚ୍ଚ ଶବ୍ଦ ସଂପନ୍ନ ବାଜା , ଚାଲିଗଲା ଏକମାତ୍ର ପୁତ୍ରର ଜୀବନ



କେନ୍ଦ୍ରାପଡ଼ା,୧୭ା୯: କେନ୍ଦ୍ରାପଡା କପାଳେଶ୍ୱର ପଞ୍ଚାୟତ ଯଝାଙ୍ଗ ଗ୍ରାମର ଜଗବନ୍ଧୁ ଦାସଙ୍କ ଏକମାତ୍ର ପୁଅ ରମେଶ ଦାସ (୨୬) ଗତ କାଲି ବିଳମ୍ବିତ ରାତିରେ ଡିଜେର ବିକଟାଳ ଶବ୍ଦରେ ମୃତ୍ୟୁ ହୋଇଯାଇଛି। ଜଗବନ୍ଧୁଙ୍କ ଏକମାତ୍ର ପୁତ୍ର ଥିଲେ ରାମେଶ। ଡିଜେ ବା ଉଚ୍ଚ ଶକ୍ତି ସଂପନ୍ନ ବାଜା ବଜାଇବା ଉପରେ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଥିବା ବେଳେ ଜିଲା ପ୍ରଶାସନ ଏ ଦିଗରେ ନିଷ୍କ୍ରିୟ ରହିଛି। ରାତି ୧୦ଟା ଭିତରେ ସମସ୍ତ ବାଜା ବନ୍ଦ କରିବା ନିୟମ ଥିଲେ ସୁଦ୍ଧା ଏହି ନିୟମକୁ କେହି ପାଳନ କରୁନାହାନ୍ତି । ଫଳରେ ଜଣେ ନିରିହ ଯୁବକଙ୍କ ଜୀବନ ଦୀପ ଲିଭି ଯାଇଛି। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲାରେ ଆଲୋଡନ ସୃଷ୍ଟି ହୋଇଛି। ଏହି ଡିଜେ ଶବ୍ଦରେ ଅନ୍ୟ ୪ ଜଣ ବୃଦ୍ଧବୃଦ୍ଧା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜଣାପଡିଛି ଯେ ଯଝାଙ୍ଗ ଗ୍ରାମର ଛୁଇଁ ସାହିରେ ଗଣେଶ ଭଷାଣ ଉତ୍ସବରେ ଉଚ୍ଚ ଶବ୍ଦ ସଂପନ୍ନ ଡିଜେ ବା ବାଜା ବାଜୁଥିଲା। ଏହାକୁ ରମେଶ ମଧ୍ୟ ଉପଭୋଗ କରୁଥିଲେ। ଡିଜେ ଶବ୍ଦରେ ହଠାତ ରମେଶଙ୍କ ଛାତିରେ ଯନ୍ତ୍ରଣା ହେଲା। ତାଙ୍କୁ ସେହି ଗ୍ରାମର ଲୋକମାନେ ସଙ୍ଗେ ସଙ୍ଗେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଡିଜେ ଶବ୍ଦରେ ଯଝାଙ୍ଗ ଗ୍ରାମ ନିକଟ ଖମାର କେଶପୁର ଅନ୍ୟ ଚାରିଜଣ ବୃଦ୍ଧବୃଦ୍ଧା ଅସୁସ୍ଥ ମଧ୍ୟ ହୋଇଥିଲେ।


Discover more from

Subscribe now to keep reading and get access to the full archive.

Continue reading