ଶାନ୍ତିପୂର୍ଣ୍ଣ ଭାବେ ଦୁର୍ଗା ପୂଜା ପାଳନ ପାଇଁ ଥାନାରେ ଶାନ୍ତି କମିଟି ବୈଠକ



ପଟ୍ଟାମୁଣ୍ଡାଇ,୨୦ା୯ – ପାର୍ବଣ ଋତୁର ଆଗମନରେ ଆସନ୍ତା ଅକ୍ଟୋବର ୯ରେ ପଟ୍ଟାମୁଣ୍ଡାଇ ସହରରେ ୨୬ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ଦୁର୍ଗାପୁଜା ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶୁକ୍ରବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ଥାନା ଆଇଆଇସି ଶୁସାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୌରାଧ୍ୟକ୍ଷ ହେମନ୍ତ ସାହୁ, ଅତିରିକ୍ତ ତହସିଲଦାର ଦିଲିପ ନାଏକ, ଜନସ୍ୱାର୍ଥବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ, ଅବକାରୀ ଅଧିକାରୀ ,ମେଡିକାଲ ଅଫିସର, ବିଦ୍ୟୁତ ବିଭାଗ ଅଫିସର ମାନଙ୍କ ସହିତ ୨୬ଟି ପୂଜା ମଣ୍ଡପର କର୍ମକତ³ର୍ା ଓ ଶାନ୍ତି କମିଟି ସଦସ୍ୟମାନେ ଯୋଗ ଦେଇ ଆଲୋଚନା କରିଥିଲେ । ଚଳିତ ବର୍ଷ ଭସାଣି ଉତ୍ସବରେ ଡିଜେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ନିଷ୍ପତ୍ତି ହୋଇଛି।
ପଟ୍ଟାମୁଣ୍ଡାଇ ସହରରେ ବେଶ ଧୁମଧାମରେ ଦୁର୍ଗାପୂଜା ପାଳନ କରାଯାଇଥାଏ । ଏଠାକୁ ଆଖପାଖ ବ୍ଲକରୁ ଲୋକମାନେ ଆସି ପୂଜା ଦେଖିଥାନ୍ତି । ଏଥିପାଇଁ ପୂଜାକମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଏ ନେଇ ବିଭାଗୀୟ ଅଧିକାରୀ ଏବଂ ସମସ୍ତ କମିଟିର ସଦସ୍ୟଙ୍କ ସହିତ ଆଜି ବିସ୍ତୃତ ଭାବରେ ଆଲୋଚନା ହୋଇଛି। ସମସ୍ତ ସ୍ଥାନରେ କିପରି ଆଇନ ପରିସ୍ଥିତି ନିୟନ୍ତ୍ରଣରେ ରହିବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଅସାମାଜିକ ବ୍ୟକ୍ତିମାନଙ୍କୁ ପୋଲିସ ବିଭାଗ ମନିଟରିଂ କରୁଥିବା ବେଳେ ବେଆଇନ ମଦ କାରବାର ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ନିରୀକ୍ଷଣ କରିବାକୁ ଅବକାରୀ ବିଭାଗକୁ କୁହାଯାଇଛି । ସେହିଭଳି ଭାବେ ଗାଡି ଚଳାଚଳ ଏବଂ ବଜାର ମଧ୍ୟକୁ ୪ ଚକିଆ ଓ ୨ ଚକିଆ ଯାନ ଚଳାଚଳ ନିଷେଦ୍ଧ କରାଯିବା ସହିତ ଭଷାଣ ଉତ୍ସବକୁ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଡିଜେ ଭାଇବେଟର ବାଜିବ ନାହିଁ ବୋଲି ନିଷ୍ପତି ହୋଇଥିଲା । ଭଷାଣ ଦିନ ୧୧ଟା ଠାରୁ ରାତି ୧୦ଟା ମଧ୍ୟରେ ସମସ୍ତ ମେଢ ବିସର୍ଜନ ହେବ ବୋଲି ସ୍ଥିର ହୋଇଥିଲା । ସେହିପରି ବଜାର ଭିତରୁ ଗାଇଗୋରୁ ହଟାଇବା, ଇକୋ ଟଏଲେଟ କାର୍ଯ୍ୟକ୍ଷମ କରିବା, ଫାଷ୍ଟ୍ ଏଡ୍ ସୁବିଧା ରଖିବା ପାଇଁ ବିଭାଗିୟ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା । ସେହିପରି ଆଇନ ଶୃଙ୍ଖଳା ସହିତ ବିଭିନ୍ନ ଛକରେ ଅସ୍ଥାୟୀ ପୋଲିସ୍ କ୍ୟାମ୍ପ କରାଯିବା ସହିତ ପୋଲିସ୍ ସମଗ୍ର ପୂଜା ଉତ୍ସବ ଉପରେ କଡା ନଜର ରଖିବାକୁ ନିବେଦନ କରାଯାଇଛି । ପୂଜାକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରାଯିବା ସହିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବାକୁ ଆଲୋଚନା ହୋଇଥିଲା । ପାର୍ବଣ ସମୟରେ ଭାଇଚାରା ବଜାୟ ରଖିବାକୁ ସମସ୍ତ ପୂଜା କମିଟିକୁ ଅନୁରୋଧ କରାଯାଇଛି।


Next Post

ପାଳପାଟଣା-ମହାସାହାଣୀ ସେତୁ ନିର୍ମାଣ ପାଇଁ ନିର୍ଦେଶ , ରାଜନଗର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ

Sat Sep 21 , 2024
କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ରାଜନଗର ବିଡ଼ିଓ […]

KANIKA