ବାଣୀବିହାର ୧୯୭୭ ମସିହା ଇତିହାସ ବିଭାଗ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ



କେନ୍ଦ୍ରାପଡ଼ା,୨୯ା୯ : ୧୯୭୭ ମସିହା ବାଣୀବିହାରରେ ଇତିହାସ ପଢିଥିବା ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ମହାସମାରୋହରେ କେନ୍ଦ୍ରାପଡାରେ ସେପ୍ଟେମ୍ବର ୨୫ତାରିଖରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୈଳାସ ଚନ୍ଦ୍ର ବରାଳଙ୍କ ସୌଜନ୍ୟରେ ଏହି କାର୍ଯ୍ୟକ୍ରମ ଏକ ମନୋଜ୍ଞ ପରିବେଶ ମଧ୍ୟରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା । ସମସ୍ତ ପୁରାତନ ଛାତ୍ରଛାତ୍ରୀ ମନ୍ଦିରକୁ ଯାଇ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ଏଥିରେ ୫୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ଅତୀତର ମଧୁର ସ୍ମୃତିଚାରଣ କରିବା ସହ ଗଭୀର ଆନ୍ତରିକତା ଓ ଭାବପ୍ରବଣତାର ସୂତ୍ରରେ ବାନ୍ଧି ହୋଇ ଯାଇଥିଲେ । ଏହି ବନ୍ଧୁମିଳନ ଅବସରରେ ଶ୍ରୀମତୀ ଓ ଶ୍ରୀ ବରାଳଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ବନ୍ଧୁମାନଙ୍କ ପକ୍ଷରୁ ପ୍ରଫେସର ସତ୍ୟଭାମା ପତି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠନର ସମ୍ପାଦିକା ପ୍ରଫେସର ତଝିନ୍ ଦାସ, ଉପଦେଷ୍ଟା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁଧାଂଶୁ ରାଉତରାୟ, ସଂଯୋଜକ ପ୍ରଫେସର ଅମୀୟ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading