କେନ୍ଦ୍ରାପଡ଼ା,୩୦/୯: ଇନ୍ଦୁପୁରସ୍ଥିତ ବିରୂପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକ ଓ ଶିକ୍ଷକମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର “ଏକକ ମାନଂକ” ପରିଚୟ ପତ୍ର ପ୍ରସ୍ତୁତି ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା । ଅଧ୍ୟକ୍ଷ ଅଭିଜିତ୍ ବୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଶାସନିକ ଅଧିକାରୀ ବରିଷ୍ଠ ଅଧ୍ୟାପକ ନିଗମାନନ୍ଦ ନାୟକ, ଅଧ୍ୟାପିକା ବିନୋଦିନୀ ସାମଲ, ଜସ୍ମିନ ପ୍ରଧାନ, ଅଧ୍ୟାପକ ଡଃ. ବାପି ମୁଦୁଲି ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଶୃଙ୍ଖଳା, ଅଧ୍ୟବସାୟ, ପାଠ୍ୟଦାନର ବିଭିନ୍ନ ଦିଗ ଉପରେ ପ୍ରଶାସନିକ ଅଧିକାରୀ ଗୁରୁତ୍ୱ ପ୍ରଦାନ କରିଥିଲେ ଏବଂ ଅଭିଭାବକ ମାନେ ସେମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଅତ୍ୟନ୍ତ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । “ଏକକ ମାନଂକ” ପରିଚୟ ପତ୍ର ପାଇଁ ଉଦ୍ଦିଷ୍ଟ ଫର୍ମରେ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସଠିକ ତଥ୍ୟ ପ୍ରଦାନ କରିବା ସହ ଏହାର ସଦୁପଯୋଗ ପାଇଁ ଶ୍ରୀମତି ପ୍ରଧାନ ଓ ଶ୍ରୀ ମୁଦୁଲି ଗୁରୁତ୍ୱ ଦେଇଥିଲେ । ଶେଷରେ କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।