ପୁରୁଣା ଗୋବରୀ ନଦୀ ଖନନ ପାଇଁ ଡ୍ରେନେଜକଟ ଯନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ , ଡିପିଆର ପ୍ରସ୍ତୁତି


ପଟ୍ଟାମୁଣ୍ଡାଇ ୩୦/୯ – ପଟ୍ଟାମୁଣ୍ଡାଇ ସହର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି । ସାମାନ୍ୟ ବର୍ଷାରେ ଉବୁଟୁବୁ ହେଉଥିବା ପଟ୍ଟାମୁଣ୍ଡାଇ ସହର ଓ ପୌରାଂଚଳ ସ୍ଥିତି ଦିନକୁ ଦିନ ବେହାଲ ହେବାକୁ ଲାଗିଛି । ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରାଯାଇ ଗୋବରୀ ନଦୀକୁ ଛଡାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଗୋବରୀ ନଦୀର ମଧ୍ୟ ପୁନରୁଦ୍ଧାର କରାଯିବାକୁ ପ୍ରକ୍ରୀୟା ଆରମ୍ଭ ହୋଇଛି। ଏଥି ପାଇଁ ଜଳସଂପଦ ଅଧିନରେ ଥିବା ଡ୍ରେନେଜକଟ ବିଭାଗର ବରିଷ୍ଠ ଅଧିକାରୀମାନେ ଗତ ୧୪ ତାରିଖରେ ପଟ୍ଟାମୁଣ୍ଡାଇ ସହର ସମେତ ଗୋବରୀ ନଦୀ ପରିଦର୍ଶନ କରି ଡିପିଆର ପ୍ରସ୍ତୁତି କରିଛନ୍ତ ବୋଲି ସହକାରୀ ଯନ୍ତ୍ରୀ ନିହାର ରଂଜନ ରାଉତରାୟ ପ୍ରକାଶ କରିଛନ୍ତି ।
ପଟ୍ଟାମୁଣ୍ଡାଇ ସହରେ ଜଳ ନିଷ୍କାସନ ସମସ୍ୟା ଉଗ୍ର ରୁପ ଧାରଣ କରିଛି। ସାମାନ୍ୟ ବର୍ଷା ହେଲେ ମୁଖ୍ୟ ରାସ୍ତାରେ ପାଣି ଲହଡି ଖେଳିବା ସହିତ ପୌରାଂଚଳର ବିଭିନ୍ନ ୱାର୍ଡରେ ଲୋକଙ୍କ ଘରେ ଓ ଦୋକାନରେ ପାଣି ପଶି ଯାଉଛି । ସ୍ଥିତି ଦିନକୁ ଦିନ ବିଗୁଡୁ ଥିବାରୁ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଜଳନିଷ୍କାସନ ବାଟ ପୋତି ଲୋକ ମାନେ ଘର କରିବା ଯୋଗୁ ଏପରି ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସହରର ମୁଖ୍ୟ ରାସ୍ତାରେ ଥିବା ଏକମାତ୍ର ଡ୍ରେନରେ ବର୍ଷା ପାଣି ଗୋବରୀ ନଦୀକୁ ଯାଉଛି। ମାତ୍ର ଗୋବରୀ ନଦୀ ପଠା ଅବରୋଧ ହେବା ଯୋଗୁ ତାହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ପଟ୍ଟାମୁଣ୍ଡାଇ ସହର ଓ ପୌରାଂଚଳର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକାଧିକ ଡ୍ରେନ ନିର୍ମାଣ ସହ ଗୋବରୀ ନଦୀର ପୁନଃରୁଦ୍ଧାର କରିବା ପାଇଁ ଜନସାଧାରଣ ମଧ୍ୟରେ ଦାବି ହୋଇ ଆସୁଥିଲା । ଏଥି ପାଇଁ ଜଳସଂପଦ ଅଧିନରେ ଥିବା ଡ୍ରେନେଜକଟ ବିଭାଗର ମୁଖ୍ୟଯନ୍ତ୍ରୀ ଅବିନାଶ ରାଉଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଚିତରଂଜନ ଭୂୟାଁ, ଅଧିକ୍ଷଣଯନ୍ତ୍ରୀ ଶଶାଙ୍କ ସେଖର, ଅତିରିକ୍ତ ନିର୍ବାହୀଯନ୍ତ୍ରୀ ଧିରେନ୍ଦ୍ର ଜେଠୀ, ସହକାରୀ ଯନ୍ତ୍ରୀ ରାଉତରାୟଙ୍କୁ ନେଇ ଗଠିତ ଟିମ ପଟ୍ଟାମୁଣ୍ଡାଇ ପୌରାଂଚଳର ଜଳବନ୍ଦୀ ଅଂଚଳ ଓ ଗୋବରୀ ନଦୀ ପରିଦର୍ଶନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading