କେନ୍ଦ୍ରାପଡା କଲେଜ ୧୯୯୫ବ୍ୟାଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା,୪ା୧୦: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୫ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ କଲେଜ ପରିସରରେ ୧୯୯୫ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନ ଠାରୁ ଏହି ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ କଲେଜ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଆସୁଛି। ଏହି ଉପଲକ୍ଷେ ବ୍ୟାଚର ପୁରାତନ ଛାତ୍ର ତଥା ପ୍ରାକ୍ତନ ଛାତ୍ର ସଂସଦ ସଭାପତି ଶରତ କୁମାର ସିଂଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପୁରାତନ ଛାତ୍ର ଅଶ୍ୱିନୀ କୁମାର ମହାନ୍ତି, ସୁଶାନ୍ତ କୁମାର ପଣ୍ଡା, ପ୍ରଣବ ସାମଲ, ବୀରେନ୍ଦ୍ର ନାଥ, ଦିବ୍ୟଜ୍ୟୋତି ସାହୁ, କମିରୁଦ୍ଦିନ, ଶାରଦା ପ୍ରସନ୍ନ ସାହୁ, ସୁମିତ୍ରା ସ୍ୱାଇଁ, ଡ. ରଶ୍ମୀ କର, ମନୋରଞ୍ଜନ ସିଂ, ହେମନ୍ତ କୁମାର ସାହୁ, ମନୋଜ ଜେନା, ପ୍ରଦିପ ସେଠୀ, ଅରବିନ୍ଦ ଶତପଥୀ, ପ୍ରଜ୍ଞା ମହାନ୍ତି ପ୍ରମୁଖ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶ ଓ କଲେଜର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ଛାତ୍ରାବାସ ପ୍ରଭୃତି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଏସବୁର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।


Next Post

ପଟ୍ଟାମୁଣ୍ଡାଇ କଲେଜ ପ୍ରାଥମିକ ଚିକିତ୍ସା ତାଲିମ ଶିବିର

Fri Oct 4 , 2024
ପଟ୍ଟାମୁଣ୍ଡାଇ ୪/୧୦ – ପଟ୍ଟାମୁଣ୍ଡାଇ କଲେଜ ଜୁନିୟର ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥା ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ତାଲିମ ଶିବିରରେ ବୌଦ୍ଧ ପଂଚାୟତ କଲେଜ ଉଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ତଥା ରାଜ୍ୟ […]

KANIKA

Subscribe