
କେନ୍ଦ୍ରାପଡ଼ା, ୧୦ା୧୦: ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କର ୧୧୫ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଏକ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ରଖିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା ଯୋଗଦେଇ ତାଙ୍କ ବକ୍ତବ୍ୟରେ ଦୀନବନ୍ଧୁ ସାହୁଙ୍କର ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ତପନ କୁମାର ପତି ଦୀନବନ୍ଧୁ ସାହୁଙ୍କର କାର୍ଯ୍ୟାବଳୀ ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଶ୍ୱର ସାମ୍ପ୍ରତିକ ସ୍ଥିତି ବିଷୟରେ ସଚେତନ କରାଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ତଥା ଦୀନବନ୍ଧୁ ସାହୁଙ୍କର ପୁତୁରା ଧିରେନ କୁମାର ସାହୁ, ଆମ୍ଭେମାନେ ଯଦି ଦୀନବନ୍ଧୁ ସାହୁଙ୍କର ସ୍ୱପ୍ନକୁ ସାକାର କରିପାରିବା ଆଜିର ଦିନରେ ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ହେବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟରେ ପରିଚାଳନା ସମିତିର ସଦସ୍ୟ ଅଜୟ କୁମାର ସାମଲ ତାଙ୍କ ବକ୍ତବ୍ୟରେ ଦୀନବନ୍ଧୁ ସାହୁଙ୍କର ଅଭିଳାଷ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ଏକ ହୋଇ ମହାବିଦ୍ୟାଳୟର ଉନ୍ନତିି ପାଇଁ କାମ କରିବାକୁ ପଡିବ ବୋଲି କହିଥିଲେ । ଉକ୍ତ ସଭାରେ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଚାଳନା କରିଥିଲେ କ୍ୟାପଟେନ୍ ସୀମା ମହାନ୍ତି । ଉକ୍ତ ସଭାରେ ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବରାଳ, ପ୍ରାକ୍ତନ ପ୍ରାଧ୍ୟାପକ ନବଘନ ସାମଲ, ବିଜୟ କୁମାର ଦାସ, ପ୍ରାକ୍ତନ କର୍ମଚାରୀ ଶୁକଦେବ ସାହୁ ଓ ବର୍ତ୍ତମାନର ପ୍ରାଧ୍ୟାପକ ଡଃ ପ୍ରଭାକର ସାମଲ, ଡଃ ଗୌରପ୍ରସାଦ ଷଡଙ୍ଗୀ, ମୁଖ୍ୟ କିରାଣୀ ରବିନ୍ଦ୍ର ପରିଡା, ଇନ୍ଦୁମତୀ ସାହୁ, ଅଶୋକ କୁମାର ମିଶ୍ର, ଅଶ୍ୱିନି କୁମାର ପଣ୍ଡା, ସୀତାକାନ୍ତ ନାୟକ, ନିର୍ମଳ କୁମାର ମହାପାତ୍ର, କରୁଣାକର ସାହୁ, ଦିଲିପ ରାଉଳ ସମେତ ବହୁ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।











