ପୋଖରୀଆପଡା ଗାଁ ପୁଅ ସୁନୀଲ ଓଏଏସ ପାଇ ପୌରାଂଚଳ ପାଇଁ ଗୌରବ ଆଣିଲେ



ପଟ୍ଟାମୁଣ୍ଡାଇ ୨୧/୧୦-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ଗାଁ ପୁଅ ସୁନୀଲ ସ୍ୱାଇଁ ଓଏଏସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପିତା ସନତ ସ୍ୱାଇଁ (ବୁଢ଼ା )ଜଣେ ବ୍ୟବସାୟୀ ହୋଇଥିବାବେଳେ ମା ସୁଷମା ସ୍ୱାଇଁ ଜଣେ ଗୃହିଣୀ । ସୁନୀଲ ପିଲା ଦିନରୁ ମେଧାବୀ ଛାତ୍ରୀ ଭାବେ ବିଭିନ୍ନ ପରୀକ୍ଷାରେ ସଫଳତା ହାସଲ କରି ନିଜର ଅନନ୍ୟ ପ୍ରତିଭାର ପରିଚୟ ଦେଇ ଆସିଛନ୍ତି । ଚଳିତ ଓ ଏ ଏସ ପରୀକ୍ଷାରେ ସଫଳତା ହାସଲ କରିବା ସହିତ ୩୬୬ ରିୟାଙ୍କ ହାସଲ କରି ଓ଼ଏଏସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ତାଙ୍କ ସଫଳତାର ଶ୍ରେୟ ପିତା ମାତା,କକା କାକୀ , ଗୁରୁଜନ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି । ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ତାଙ୍କୁ ସଫଳତା ଆଣି ଦେଇଛି । ଭବିଷ୍ୟତରେ ସେ ଜଣେ ଦକ୍ଷ ଉତ୍ତରଦାୟୀ ଦରଦୀ ପ୍ରଶାସନିକ ଅଧିକାରୀ ଭାବେ ସମାଜର ତଳ ପାହାଚରେ ଥିବା ମଣିଷକୁ ନ୍ୟାୟ ଦେବା ପାଇଁ ନିଜର ସମସ୍ତ ପ୍ରଚେଷ୍ଟା ଜାରି ରଖିବେ ବୋଲି ସୁନୀଲ ପ୍ରକାଶ କରିଛନ୍ତି । ସୁନୀଲ ଓ ଏ ଏସ ପାଇବା ଖବର ମିଳିବା ପରେ ସମଗ୍ର ପଟ୍ଟାମୁଣ୍ଡାଇ ସହର ଓ ପୋଖରୀଆପଡା ଗାଁ ରେ ଖୁସିର ଲହରୀ ଖେଳିଯାଇଛି । ସୁନୀଲ ଆମ ଗାଁର ଗର୍ବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଓ ଏ ଏସ ପରୀକ୍ଷାରେ ସୁନୀଲଙ୍କ ସଫଳତା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading