ନୂପୁର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା,୨୧/୧୦- ପବିତ୍ର ଗଜଲଷ୍ମୀ ପୂଜାର ୫ମ ସନ୍ଧ୍ୟାରେ ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ମା’ ଗଜଲଷ୍ମୀ ପୂଜା କମିଟି ଆମନ୍ତ୍ରଣ କ୍ରମେ କେନ୍ଦ୍ରାପଡ଼ାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ “ନୂପୁର ଡ୍ୟାନ୍ସ ଏକାଡେମୀ’ ତରଫରୁ ଚିତ୍ତାକର୍ଷକ ମନୋରଞ୍ଜନ ସନ୍ଧ୍ୟାରେ ଓଡିଶୀ, ସମ୍ବଲପୁରୀ ନୃତ୍ୟଗୁରୁ ନିର୍ଲିପ୍ତା ବେହେରାଙ୍କ ଶିକ୍ଷାଦାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ପରିବେଷଣ କରାଯାଇଥିଲା । ତୁଳସୀ କ୍ଷେତ୍ରାଧିପତି ସିଦ୍ଧ ବଳଦେବଜୀଉଙ୍କ ଉପରେ ବୈଶ୍ୟ ସଦାଶିବ ଦାସଙ୍କ ରଚିତ “ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ’ ଭଜନ ଉପରେ ଆଧାରିତ ସମବେତ ନୃତ୍ୟଟି ଦର୍ଶକଙ୍କ ହୃଦୟସ୍ପର୍ଶୀ ହୋଇପାରିଥିଲା । କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ଉପଦେଷ୍ଟା ପୌରପାଳିକାର ବରିଷ୍ଠ କର୍ମଚାରୀ ତଥା କବି ଅଶୋକ କୁମାର ସାହୁ ସଂଯୋଜନା କରିଥିବା ବେଳେ ଚିତ୍ରଗୁରୁ ହିମାଂଶୁ ଦାସ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading