ଡା. ବୈଷ୍ଣବ ପରିଡା ମେମୋରିଆଲ ଓପନ ଚେସ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨ରେ



କେନ୍ଦ୍ରାପଡ଼ା,୨୧ା୧୦: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ଚତୁର୍ଥ ଡାକ୍ତର ବୈଷ୍ଣବ ପରିଡା ମେମୋରିଆଲ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ନଭେମ୍ବରମାସ ୨ ଓ ୩ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମମାନେ ଅଂଶଗ୍ରହଣ କରିବେ। ଏଥିସହିତ ଜିଲ୍ଲାର ଯେକୈାଣସି ଚେସ୍ ଖେଳାଳୀ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ ବୋଲି ଜିଲ୍ଲା ଚେସ ଆସୋସିଏସନର ସମ୍ପାଦକ ଭବେଶ ମହାନ୍ତି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର କୃତି ପ୍ରତିଯୋଗୀମାନଙ୍କୁ ୨୫ଟି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯିବାକୁ ଥିବାବେଳେ ଟ୍ରଫି ଓ ନଗଦ କ୍ୟାସ ପ୍ରାଇଜ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହାବ୍ୟତିତ ଚଳିତମାସ ୨୬ତାରିଖରେ ଏକ ସଚେତନତା ଓ ପ୍ରଶିକ୍ଷଣ ଶିବିର ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଆସନ୍ତା ନଭେମ୍ବରମାସରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଅଂଶଗ୍ରହଣକାରୀ ଚେସ ଖେଳାଳୀମାନଙ୍କୁ ସଚେତନ କରାଯିବା ସହ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଶିକ୍ଷଣ ଶିବିରରେ ଜାତୀୟ ଇନଷ୍ଟ୍ରକ୍ଟର ସ୍ୱୟାଂଶୁ ଓ ସତ୍ୟକାମଙ୍କ ସହିତ ସର୍ବପରିଚିତ ଅନ୍ତର୍ଜାତୀୟ ମାଷ୍ଟର ରାକେଶ କୁମାର ଜେନା ପ୍ରମୁଖ ଯୋଗଦେଇ ଚେସ ଖେଳାଳୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଜିଲ୍ଲା ଚେସ ଆସୋସିଏସନର ସଭାପତି ଦେବବ୍ରତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂ, ଉପସଭାପତି ଲଲାଟକେଶରୀ ସାମଲ ଓ ଧରଣୀଧର ସେଠୀ, ଯୁଗ୍ମ ସମ୍ପାଦକ ନାରାୟଣ ଦାସ, କୋଷାଧ୍ୟକ୍ଷ ପିଙ୍କି ମହାପାତ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ହିମାଂଶୁ ନାୟକ ଏବଂ ପ୍ରତାପ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Next Post

ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ନିର୍ବାଚନ

Mon Oct 21 , 2024
ପଟ୍ଟାମୁଣ୍ଡାଇ ୨୧/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସଂଘ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପତିତପାବନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ବିଜୟ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଜିଲ୍ଲା ଉପସଭାପତି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଉପଦେଷ୍ଟା ଗୋକୁଳ ଚରଣ ରାଉତ, ଶିକ୍ଷକ ନେତା ଗୋଲକ ଭୂୟାଁ, ବାବାଜୀ ଦାସ, ହାଡିବନ୍ଧୁ ଭୂୟାଁ, ଦିଲ୍ଲୀପ ରାଉତ, ଗିରିଜା ଶଙ୍କର ସାମଲ, ବନ୍ଦନା ଜେନା,ବୀରେନ୍ଦ୍ର ସାମଲ ପ୍ରମୁଖ […]

KANIKA