ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ନିର୍ବାଚନ



ପଟ୍ଟାମୁଣ୍ଡାଇ ୨୧/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସଂଘ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପତିତପାବନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ବିଜୟ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଜିଲ୍ଲା ଉପସଭାପତି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଉପଦେଷ୍ଟା ଗୋକୁଳ ଚରଣ ରାଉତ, ଶିକ୍ଷକ ନେତା ଗୋଲକ ଭୂୟାଁ, ବାବାଜୀ ଦାସ, ହାଡିବନ୍ଧୁ ଭୂୟାଁ, ଦିଲ୍ଲୀପ ରାଉତ, ଗିରିଜା ଶଙ୍କର ସାମଲ, ବନ୍ଦନା ଜେନା,ବୀରେନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟକାରିଣୀ କମିଟି ସଦସ୍ୟମାନଙ୍କ ସର୍ବସମ୍ମତି ନିଷ୍ପତି ଅନୁଯାୟୀ ଯୁଗ୍ମ ସମ୍ପାଦକ ଅକ୍ଷୟ ମହାନ୍ତିଙ୍କୁ ସମ୍ପାଦକ ଭାବେ ନିର୍ବାଚିତ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସଭାପତି ନବ ନିର୍ବାଚିତ ସମ୍ପାଦକଙ୍କୁ ଶପଥ ପାଠ କରାଇଥିଲେ । ଶେଷରେ ଗିରିଜା ଶଙ୍କର ସାମଲ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading