
ପଟ୍ଟାମୁଣ୍ଡାଇ : ତା-୨୧/୧୦ପଟ୍ଟାମୁଣ୍ଡାଇ ବ୍ଲକର ସଂସାରଫଳ ପଞ୍ଚାୟତ ଗୁଣ୍ଠି ଗାଁର ଚନ୍ଦନ ଦାସ ସଦ୍ୟ ପ୍ରକାଶିତ ଓଡିଶା ପ୍ରଶାସନିକ ସେଵା ଫଳାଫଳ ତାଲିକାର ୪୫୫ନମ୍ବର ସ୍ଥାନ ହାସଲ କରି ନିଜ ଗ୍ରାମ ଗୁଣ୍ଠି ତଥା ଅଞ୍ଚଳ ପାଇଁ ଗୈାରବ ଆଣିଛନ୍ତି। ତାଙ୍କର ସଫଳତାର ଶ୍ରେୟ ସେ ପିତା ଅବସରପ୍ରାପ୍ତ ଯୁଗ୍ମ ଶାସନସଚିବ ଅଶୋକ ଦାସ,ମାତା କମଳା ଦାସ ତାଙ୍କ ଶିକ୍ଷୟତ୍ରୀଶିକ୍ଷକଙ୍କୁ ଦେଇଛନ୍ତି। ସେ ଜଣେ ବ୍ୟାଙ୍କ ଓ ପରବର୍ତୀ ସମୟରେ ଟ୍ୟାକ୍ସ ଅଧିକାରୀ ଭାବେ ନିଜ ବୃତ୍ତିରେ ଥାଇ ମଧ୍ୟ ନିଜର କଠିନ ପରିଶ୍ରମ ଓ ଅଧ୍ୟ ବସାୟ ବଳରେ ସେ ଓ ଏ ଏସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।ତାଙ୍କର ତିନି ଭଉଣୀ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଛନ୍ତି । ଭବିଷ୍ୟତରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଓଡିଶାର ସାଧାରଣ ଜନତାଙ୍କୁ ନିଜର ନିଷ୍ଠାପର ସେବା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ଚନ୍ଦନ ପ୍ରକାଶ କରିଛନ୍ତି । ଓ ଏ ଏସ ପରୀକ୍ଷାରେ ଅନ୍ୟନ ସଫଳତା ହାସଲ କରିଥିବା ଚନ୍ଦନଙ୍କୁ ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ , ସମାଜିକକର୍ମୀ ଭାସ୍କର ରାଉତରାୟ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।











