ପଟ୍ଟାମୁଣ୍ଡାଇ ବାତ୍ୟା ବିପନ୍ନ ଅଂଚଳ ବୁଲିଲେ ବୈଜୟନ୍ତ



ପଟ୍ଟାମୁଣ୍ଡାଇ ୨୬/୧୦ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶନିବାର ରାଜନଗର ନିର୍ବାଚନମଣ୍ଡଳୀ ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନରେ ଆସି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ସାଂସଦ ପଣ୍ଡାଙ୍କ ସହିତ ମହାକାଳପଡା ବିଧାୟକ ଡ଼ ଦୂର୍ଗା ପ୍ରସନ୍ନ ନାୟକ, ପାଟକୁରା ଭାଜପା ନେତା ତେଜେଶ୍ୱର ପରିଡା, କେନ୍ଦ୍ରାପଡ଼ା ଭାଜାପା ନେତ୍ରୀ ଗୀତାଞ୍ଜଳି ସେଠୀ, ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା, ରାଜନଗର ଭାଜପା ନେତା ଲଳିତ ବେହେରା, ପୂର୍ବତନ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ, ରାଜ୍ୟ ଭାଜପା ଯୁବନେତା ପ୍ରତାପ ଦାସ (ହାଲୁ ),ପଟ୍ଟାମୁଣ୍ଡାଇ ନଗର ଭାଜପା ସଭାପତି ଶଶିକାନ୍ତ ସ୍‌ାଇଁ, ପଦ୍ମନାଭ ପଣ୍ଡା, ନଗର ମହିଳା ସଭାନେତ୍ରୀ ରଶ୍ମିତା ସାହୁ ଆଇନଜିବୀ ଭାରତ ଭୂଷଣ ଦାସ ,ପଟ୍ଟାମୁଣ୍ଡାଇ ନଗର ଭାଜପା ପ୍ରଭାରୀ ସୁଶୀଲ ପରିଡା, କାଉନସିଲର ବିଦ୍ୟାଧର ସେଠୀ, ରାଜନଗର ପ୍ରଭାରୀ ସୁନାକାର ପ୍ରଧାନ ଆଇନଜିବୀ ପ୍ରମୋଦ ସାହୁ ଜ୍ୟୋତିପ୍ରକାଶ ପ୍ରଧାନ, ରବୀନ୍ଦ୍ର ବିଶ୍ୱାଳ, ସମୀର ପାତ୍ର, ପରେଶ ସାହୁ, ଚନ୍ଦନ ପାତ୍ର, ଦେବାଶିଷ ମଲିକ, ଯୋଗେଶ ବେହେରା ଓ ରାଧାମୋହନ ଦାଶ ପ୍ରମୁଖ ବହୁ ଭାଜପା ନେତା ଓ କର୍ମକର୍ତା ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବିଭିନ୍ନ ଅଂଚଳ ବୁଲି ଲୋକମାନଙ୍କ ଅସୁବିଧା ଅନୁଧ୍ୟାନ କରିବା ସହିତ କ୍ଷୟକ୍ଷତି ଆକଳନ କରିଥିଲେ । ସାଂସଦ ପଣ୍ଡା ବିପନ୍ନ ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ମିଳୁଥିବା ନେଇ ପ୍ରଶ୍ନ କରିବା ସହିତ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ସାଂସଦ ପଣ୍ଡା ସଡ଼କ ପଥରେ ଆସି ବିଭିନ୍ନ ବିପନ୍ନ ଅଂଚଳ ବୁଲିବା ପରେ ଅପରାହ୍ନରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପଡିଆରୁ ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ୱର ଫେରି ଯାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading