
କେନ୍ଦ୍ରାପଡା, ୩୦ା୧୦: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ଏକ ପ୍ରସ୍ତୁତି ବୈଠକ କମିଟିର ସଭାପତି ପ୍ରଦୀପ କୁମାର ଦାଶଙ୍କ ପୌରୋହିତ୍ୟରେ ସ୍ଥାନୀୟ ଗୁରୁକୁଳ ଆବାସିକ ଶିକ୍ଷା ନିକେତନ ପରିସରରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଲୋକ କଳା ଓ ଲୋକ ନୃତ୍ୟ-ଗୀତକୁ ଗୁରୁତ୍ୱାରୋପ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତିଦିନ ନୃତ୍ୟ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସାମାଜିକ ଓ ପରିବେଶଭିତ୍ତିକ ଆଲୋଚନା କରାଯିବ । ଏଥିସହିତ ରାମଦୋଳି, ମିନା ବଜାର, କଣ୍ଢେଇ ନୃତ୍ୟ, ଚକ୍ରି, ସୁସ୍ୱାଦୁ ଖାଦ୍ୟ ଷ୍ଟଲ, ଆକର୍ଷଣୀୟ ମନୋହର ଓ ଘରକରଣା ସୌଖିନ ଦ୍ରବ୍ୟର ଷ୍ଟଲମାନ ଖୋଲାଯିବା ନିମନ୍ତେ ବୁକିଂ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବାଲିଯାତ୍ରା କମିଟିର ସମ୍ପାଦକ ସଞ୍ଜୟ କୁମାର ଜେନା, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ସହ କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ, ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ, ପୀତବାସ ବେହେରା, ଗୋଲଖ ଚନ୍ଦ୍ର ପରିଡା, ଭାଗୀରଥି ଜେନା, ଶ୍ରୀଧର ମହାନ୍ତି, ସେକ ସମସୁଦ୍ଦିନ, ଦିଲ୍ଲୀପ କୁମାର ସାହୁ, ଟୁଟୁ ଗେରୁ, ହରେକୃଷ୍ଣ ସେଠୀ, ପୀତବାସ ଦାସ, ମୃତ୍ୟୁଞ୍ଜୟ ସାହୁ, କୈଳାସ ଚନ୍ଦ୍ର ଗେରୁ, ମଞ୍ଜୁର ଖାଁ, ଦେବେନ୍ଦ୍ର ଦଳାଇ, ନାରାୟଣ ନାୟକ, ଉମାକାନ୍ତ ବେହେରା, ବାସୁଦେବ ଗେରୁ, ଚିତ୍ତରଞ୍ଜନ ବେହେରା, ସେକ ଆଝାର, ଜୟନ୍ତ ବେହେରା, ଦୀପକ କୁମାର ଦାସ, ମହେନ୍ଦ୍ର ଆଚାର୍ଯ୍ୟ, ଶରତ ବେହେରା, ଦୁର୍ଯ୍ୟୋଧନ ଗେରୁ, ନୃସିଂହ ସେଠୀ, ଟୁକୁନା ନାୟକ, ଅଲେଖ ନାୟକ, ଗେଲନ ଖାଁ, ରବୀନ୍ଦ୍ର ସାହୁ ପ୍ରମୁଖ ଶତାଧିକ ସଭ୍ୟ ଓ ସଭ୍ୟା ଯୋଗଦାନ କରି ବାଲିଯାତ୍ରାକୁ ସରସ, ସୁନ୍ଦର ଆକର୍ଷଣୀୟ କରାଯାଇ କେନ୍ଦ୍ରାପଡାର ନୌବାଣିଜ୍ୟ, ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଲୋକକଳାକୁ ଉଜ୍ଜୀବିତ କରି ରଖିବା ସହିତ କେନ୍ଦ୍ରାପଡାର ଭାଇଚାରାର ଗଣପର୍ବ ସବି ଭେଦ ଭାବକୁ ଭୁଲି ଆଗେଇ ନେବାକୁ ସର୍ବେ ଶପଥବଦ୍ଧ ହୋଇଥିଲେ । ଏଥିସହିତ ନଭେମ୍ବର ୧୦ ତାରିଖ ଦିବା ୧୦ ଘଟିକା ସମୟରେ ଗୁରୁକୁଳ ଆବାସିକ ଶିକ୍ଷା ନିକେତନରେ ଝୋଟି, ବକ୍ତୃତା, ସଙ୍ଗୀତ, ଏକକ ନୃତ୍ୟ, ଦଳଗତ ନୃତ୍ୟ, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ଚୟନ କରାଯାଇ ବାଲିଯାତ୍ରା ମଞ୍ଚରେ ପୁରସ୍କୃତ କରାଯିବ ।










