ଶିବାନୀ ମଣ୍ଡଳଙ୍କୁ ପଟ୍ଟାମୁଣ୍ଡାଇ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ



ପଟ୍ଟାମୁଣ୍ଡାଇ ୧/୧୧ – ସାମୁଦ୍ରିକ ଝଡ଼ “ଦାନା”କୁ ସଫଳତାର ସହ ମୁକାବିଲା କରିବା କ୍ଷେତ୍ରରେ ଅସୀମ ସାହାସିକତା ପ୍ରଦର୍ଶନ କରି ରାଜନଗର ବ୍ଲକ ତାଳଛୁଆ ବାଘମାରି ପଂଚାୟତର ଆଶା କର୍ମୀ ଶିବାନୀ ମଣ୍ଡଳ ୭ ଜଣ ବୃଦ୍ଧାବୃଦ୍ଧ ଓ ପ୍ରସୂତି ମହିଳାଙ୍କୁ ନିଜ ଘରୁ ଆଣି ବାତ୍ୟା ଆଶ୍ରୟସ୍ଥଳୀରେ ପହଁଚାଇ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହିତ ବିଭିନ୍ନ ମହଲରୁ ସାବାସୀ ଓ ଶୁଭେଚ୍ଛା ସାଉଁଟିଛନ୍ତି । ଏପରିକି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତୀ ଡ଼ ମୁକେଶ ମହାଳିଙ୍ଗ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସମେତ ବିଭିନ୍ନ ସଂଗଠନ ଓ ମାନ୍ୟଗଣ୍ୟ ବ୍ୟକ୍ତି ଶିବାନୀଙ୍କୁ ତାଙ୍କ ସାହାସିକତା ପାଇଁ ସମ୍ବର୍ଦ୍ଧିତ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଆଜି ସମ୍ବର୍ଦ୍ଧିତ କରାଯାଇଛି ।  ଆଶା କର୍ମୀ ଶିବାନୀ ମଣ୍ଡଳଙ୍କୁ ଅପୂ୍ୱର୍ ସାହାସିକତା ପାଇଁ ସାବାସୀ ଦେବା ସହିତ ଉତରୀୟ ଓ ବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ଆର୍ଥିକ ସହାୟତା ସ୍ୱରୂପ ୧୦, ୦୦୦ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବ୍ୟାଙ୍କ ଗ୍ରାହକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।


Next Post

ବାଣ ନଫୁଟାଇ ରାସ୍ତା ମରାମତି କଲେ , ହାଟପାଟଣା ଗ୍ରାମବାସୀଙ୍କ ନିଆରା ଦୀପାବଳି

Fri Nov 1 , 2024
ପଟ୍ଟାମୁଣ୍ଡାଇ ୧/୧୧ -ପଟ୍ଟାମୁଣ୍ଡାଇ ନିକଟସ୍ଥ ହାଟପାଟଣା ଗ୍ରାମବାସୀ ପବିତ୍ର ଦୀପାବଳି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଆହ୍ୱାନ ଭାବେ ଦେଖା ଦେଇଥିବାରୁ ପ୍ରଦୂଷଣ ରୋକିବା ସହିତ ସମାଜକୁ ଭିନ୍ନ ବାର୍ତା ଦେବା ପାଇଁ ହାଟପାଟଣା ଗ୍ରାମବାସୀ ଆଜି ନିଆରା ପ୍ରୟାସ କରିଥିଲେ । ଦୀପାବଳିରେ ବାଣ ନଫୁଟାଇ ସେଇ ଅର୍ଥରେ ଗୋଡି ସିମେଂଟ କିଣି ଗ୍ରାମବାସୀ […]

KANIKA