ଭରତପୁର ଦକ୍ଷୀଣ କାଳୀଙ୍କ ୩୨ତମ ପୂଜା ମହୋତ୍ସବ



କେନ୍ଦ୍ରାପଡା, ୧ା୧୧: କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଭରତପୁର ଗ୍ରାମର ପ୍ରସିଦ୍ଧ ଦକ୍ଷୀଣ କାଳୀଙ୍କ ୩୨ତମ ଜନ୍ମୋତ୍ସବ ପାରମ୍ପାରିକ ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ମନ୍ଦିର ଟ୍ରଷ୍ଟୀର ସଭାପତି ଯୁଗୋଳ କିଶୋର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭରତପୁର ତଥା କେନ୍ଦ୍ରାପଡା ସହର ଓ ଆଖପାଖ ପଞ୍ଚାୟତର ଶତାଧିକ ସ୍ୱେଚ୍ଛାସେବୀ ଯୁବକମାନେ ଉକ୍ତ ଉତ୍ସବର ସଫଳ ରୂପାୟନ ପାଇଁ ଦୀର୍ଘ ଏକ ସପ୍ତାହ ହେଲା ମନ୍ଦିରର ସଫେଇ ତଥା ଆଲୋକ ସଜାସଜି ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲେ । ଅନ୍ୟୁନ୍ୟ ୪ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବାକୁ ଆସିଥିଲେ । ମା’ଙ୍କ ଦର୍ଶନ ସହିତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାରୁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗ୍‌ଦେବୀ କଳା ମନ୍ଦିର ଆନୁକୂଲ୍ୟରେ ସଙ୍ଗୀତ ଓ ଆଧ୍ୟାତ୍ମିକ ନୃତ୍ୟ କାର୍ଯ୍ୟ କମିଟି ଉପସ୍ଥିତ ଦର୍ଶକମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରିଥିଲା । ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ପରିଚାଳନା ତଥା ସଂଯୋଜନାରେ ଜିଲ୍ଲାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ବିଶ୍ୱମ୍ବର କର, ହିମାଂଶୁ ଶେଖର କର, ବିନାୟକ ସୂତାର, ରୋହିତ ଦାସ, ଅନୁରାଧା ପତି, ବୋନସ ମଲ୍ଲିକ, ସୁବାଶିଷ ନାଥ, ଯାଜ୍ଞସେନୀ ସାହୁ ପ୍ରମୁଖଙ୍କୁ ଉତ୍ତରୀୟ ସହିତ ମାନପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଶ୍ରୀରାମ ମନ୍ଦିର ଟ୍ରଷ୍ଟୀର ସଭାପତି ବିବେକାନନ୍ଦ ମହାରଣା, ଆଇନଜୀବୀ ପ୍ରଦୀପ କୁମାର ଦାସ, ଶିକ୍ଷାବିତ୍ ସର୍ବେଶ୍ୱର ଶେଣ, ଶୁଭ୍ରାଂଶୁ କୁମାର ଦାସ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶକ୍ତି ପ୍ରସାଦ ମହାନ୍ତି, ଶିବ ପ୍ରସାଦ ଦାସ, ବିମଳାକାନ୍ତ ଚୌଧୁରୀ, ଶ୍ରୀଧର ମହାନ୍ତି, ଶାରଦା ପ୍ରସନ୍ନ ରାଉତ, ଶ୍ରୀଚରଣ ବେହେରା, ଅକୁଳାନନ୍ଦ ବେହେରା, ନନ୍ଦକିଶୋର ବେହେରା, ଜଗନ୍ନାଥ ସେଣ, ପ୍ରବୋଧ କୁମାର ଦାସ, ଅଲେଖ ପ୍ରସାଦ ଦାସ ପ୍ରମୁଖ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲେ ।


Next Post

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଗ୍ରହଣରେ 'ପୁନର୍ବାସ'ର ନିଆରା ଦୀପାବଳି

Fri Nov 1 , 2024
କେନ୍ଦ୍ରାପଡା,୧ା୧୧: ଆଲୋକର ପର୍ବ ଦୀପାବଳୀର ଉତ୍ସବମୟ ପରିବେଶରୁ ବଞ୍ôଚତ ରହୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପୁନର୍ବାସ’ ନିଆରା ଢଙ୍ଗରେ ଦୀପାବଳୀ ପାଳନ କରିଛି। “ବାଣରେ ନୁହେଁ… ହସରେ ଦୀପାଳି ଜାଳିବା’ର ବାର୍ତ୍ତା ଦେଇ ଏହି ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡା ପୌରସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା ନିମାଇଁ ଚରଣ ମାନସିକ ଅନଗ୍ରସର, ଦଧିବାମନଜୀଉ ବଧିର ଏବଂ ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଗହଣରେ ଏହି ପର୍ବକୁ ପାଳନ କରାଯାଇଛି […]

KANIKA