କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ପାଇଁ ଭୂମି ପୂଜନ


କେନ୍ଦ୍ରାପଡ଼ା,୪ା୧୧: କେନ୍ଦ୍ରାପଡା ବାଲିଯାତ୍ରା ପାଇଁ ସୋମବାର ଭୂମି ପୂଜନ କାର୍ଯ୍ୟ ସମ୍ପାଦନ ହୋଇଛି । ଗୁଲନଗର ପଞ୍ଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡିଆରେ ଏହି ଭୂମି ପୂଜନ କାର୍ଯ୍ୟ କରାଯାଇଥବା ବେଳେ ଏଥିରେ ବାଲିଯାତ୍ରା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ କର୍ତ୍ତା ପୁରୋଧା ସାଜିଥିଲେ । କଳିଙ୍ଗର ବୀରତ୍ୱର ଗୀତି ଗାଥା ବହନ କରୁଥିବା ଏହି ବାଲିଯାତ୍ରା ଚଳିତ ମାସ ୧୫ ତାରିଖରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର ହୋଇଥିଲା । ଏହି ବାଲିଯାତ୍ରାର ଭୂମିପୂଜନ ଅବସରରେ ବାଲିଯାତ୍ରା କମିଟିର ସଭାପତି ଶ୍ରୀ ଦାଶଙ୍କ ପୈାରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଐତିହାସିକ ଗୋବରୀ ନଦୀର ପୁନଃରୁଦ୍ଧାର ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ପରେ ୭ଦିନ ଧରି ହେଉଥିବା ଉତ୍ସବରେ ପତ୍ରିକା ପ୍ରକାଶନ, ଗୋଟିପୁଅ ନାଚ, କବିତା ପଠୋତ୍ସବ, ସାହିତ୍ୟ ସଭା, ସମ୍ବର୍ଦ୍ଧନା ଉତ୍ସବ ପ୍ରଭୁତି ବିଭିନ୍ନ କାର୍ଯ୍ୟକ୍ରମ କାରାଯିବ । ଏଥି ସହିତ ରାଜ୍ୟ ସ୍ତରୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ମିନାବଜାର ଖୋଲାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି । ଏହି ଉତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲାଯିବ ବୋଲି ବାଲିଯାତ୍ରା କମିଟି ସମ୍ପାଦକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ସୂଚନା ଦେଇଛନ୍ତି । ଷ୍ଟଲ ଖୋଲିବାକୁ ଇଛୁକ ବ୍ୟକ୍ତିମାନେ କମିଟିର କର୍ମକର୍ତ୍ତା ଟୁଟୁ ଗେରୁ, ମୃତ୍ୟୁଞ୍ଜୟ ସାହୁଙ୍କୁ ଯୋଗାଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଉପସଭାପତି ଧିରେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ଶୁଭାଂଶୁ କୁମାର ଦାସ, ସହ କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ସଂଗଠନ ସମ୍ପାଦକ ସତ୍ୟବ୍ରତ ସିଂହ, ଟୁଟୁ ଗେରୁ, ମୃତ୍ୟୁଞ୍ଜୟ ସାହୁ, ରାଜୁ କୁବେର, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଅଭିମନ୍ୟୁ ଗୋଛାୟତ, ରାମଚନ୍ଦ୍ର ବାରିକ, ଲାଲବାବୁ, ଶ୍ରୀଧର ମହାନ୍ତି, ଦୁର୍ଯ୍ୟୋଧନ ଗେରୁ, ଶ୍ରୀଧର କୁମାର ଭୋଳ, କୈଳାସ ଗେରୁ, ପୀତବାସ ବେହେରା, ସତ୍ୟପ୍ରିୟ ଦାସ, ଲୋପାମିଦ୍ର ବାରିକ, ମହେନ୍ଦ୍ର ଆଚାର୍ଯ୍ୟ, ଶ୍ରୀଧର କୁମାର ମହାନ୍ତି, ମିଡିଆସେଲର ସମ୍ପାଦକ ଅଲେଖ ନାୟକ, ପୀତବାସ ବେହେରା, ରମଣୀ ରଞ୍ଜନ ରାଉତରାୟ, ପିତବାସ ଦାସ, ଶ୍ରତୃଜିତ ନାୟକ, ମୃତ୍ୟୁଞ୍ଜୟ ମହାନ୍ତି, ତ୍ରିଲୋଚନ ଦାସ, ପଞ୍ଚାନନ ଦାସ, ଶରତ କୁମାର ରାଉତ, ମଦନମୋହନ ସାହୁ, ସରୋଜକାନ୍ତ ସାହୁ, ଗବେଷକ ନିରଞ୍ଜନ ମେକାପ, ମହେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ଅକ୍ଷୟ ପ୍ରିୟ ଦାସ, ଦୁର୍ଯ୍ୟୋଧନ ଗେରୁ, ସେକ ରିଙ୍କୁ ପ୍ରମୁଖ ଶତାଧିକ ବାଲିଯାତ୍ରା ପ୍ରେମୀମାନେ ଯୋଗଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading