ପ୍ରତିଭାବାନ ଶିଶୁ ହେଉଛନ୍ତି ଦେଶ ବିକାଶର ଅଗ୍ରଦୂତ , ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ସୁରଭି


ପଟ୍ଟାମୁଣ୍ଡାଇ  ୫/୧୧-ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ଦୁନିଆରେ ଦେଶର ଆଗାମୀ ଭବିଷ୍ୟତ କୋମଳମତି ଶିଶୁମାନେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ କରି ନିଜକୁ ପ୍ରତିଭାବାନ ଭାବେ ଗଢି ତୋଳିଲେ ଦେଶ ବିକାଶର ଅଗ୍ରଦୂତ ହୋଇପାରିବେ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ କଷଣଅଣ୍ଟା ହାଇସ୍କୁଲରେ ଆୟୋଜିତ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ସୁରଭି -୨୦୨୪ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମତପ୍ରକାଶ କରିବା ସହିତ ପ୍ରତିଭାବାନ ଶିଶୁ ତିଆରି କରିବା ପାଇଁ ଖାଲି ସୁରଭି ନୁହେଁ ପ୍ରତ୍ୟେକ ସ୍ତରରେ ଅଭିଭାବକ ଓ ଶିକ୍ଷକମାନେ ନିଷ୍ଠାର ସହିତ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ।

ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟ ଓ ସି ଆର ସି ସି ତଥା ଶିକ୍ଷକ ନେତା ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ସୁରଭି ଭଳି କାର୍ଯ୍ୟକ୍ରମ ସହିତ ଆହୁରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶନ ନିଶିଥ ବାରିକ,ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଏ ବି ଇ ଓ ପ୍ରେମବାଳା ମହାପାତ୍ର ରାଜ୍ୟ ପୁରସ୍କୃତ ପ୍ରଧାନଶିକ୍ଷକ କଣ୍ଡୁରୀ ସ୍ୱାଇଁ,ପ୍ରାକ୍ତନ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା, ଶିକ୍ଷାବିତ ସୁରେଶ ଜେନା,ପ୍ରଧାନଶିକ୍ଷକ ଶ୍ରୀମନ୍ତ ବେହେରା,କାଉନସିଲର ମଳୟ ଓଝା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସି ଆର ସି ସି ସଞ୍ଜୟ ସାହୁ ସ୍ୱାଗତଭାଷଣ ଓ ସି ଆର ସି ସି ବିଭୁ ରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସି ଆର ସି ସି ରଞ୍ଜନ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ବି ଇ ଓ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟଅତିଥି,ରାଜନଗର ବିଇଓ ମନୋରଞ୍ଜନ ସେଠୀ ମୁଖ୍ୟବକ୍ତା, ଆଳି ବିଇଓ ନଳିନୀ ରଞ୍ଜନ ରାଉତରାୟ,ଆଳି ବ୍ଲକ ବି ଆର ସି ସି ଉଦକର ସାମଲ,ପଟ୍ଟାମୁଣ୍ଡାଇ ବ୍ଲକ ଏବିଇଓ ସୁନୀତି ଦାଶ,ଗଙ୍ଗାରାମ ହାଇସ୍କୁଲ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ କବି, ଶିକ୍ଷାବିତ ଗୋପାଳ ଚରଣ ପୃଷ୍ଟି ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସି ଆର ସି ସି ସଂଘମିତ୍ରା ନାୟକ ଓ ସି ଆର ସି ସି ଅରବିନ୍ଦ ବଳ ଅତିଥିପରିଚୟ ଓ ସି ଆର ସି ସି ନମିତା ସାହୁ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶୁଭ୍ରାଂଶୁ ଦାସ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ସମେତ ସମସ୍ତ ସି ଆର ସି ସି ଓ କୃତୀ ଶିକ୍ଷକଙ୍କୁ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ସ୍କୁଲର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅତିଥିମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଏହି ସୁରଭି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକର ୧୭ଟି କ୍ଲଷ୍ଟର ୧୨୦ ସ୍କୁଲର ୩୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ୨୦ରୁ ଉର୍ଦ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସି ଆର ସି ସି ଆଶିଷ ମହାପାତ୍ର, ପ୍ରଦୀପ କୁମାର ତରାଇ, ଲକ୍ଷ୍ମଣ ସେଠୀ,ଶ୍ରୀରାମ ଜେନା, ମନୋଜ ସେଠି, ବିନୟ ଦାସ, ସତ୍ୟବ୍ରତ ସାମନ୍ତରାୟ, ରଞ୍ଜନ ବେହେରା, ଲୋକନାଥ ନାୟକ, ଏମ୍.ଡି ମସିଉଲ୍ଲା, ଏମ୍.ଆଈ.ଏସ୍ ଅମ୍ରପଲ୍ଲି ସାହୁ ପ୍ରମୁଖଙ୍କ ସମେତ ସମସ୍ତ ବିଇଓ ଅଫିସ୍ କର୍ମଚାରୀ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ କଷଣଅଣ୍ଟା ହାଇସ୍କୁଲ ଶିକ୍ଷକ /ଶିକ୍ଷୟତ୍ରୀ କର୍ମଚାରୀ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading