ଗୁଲନଗରରେ ମା’ କାଳୀଙ୍କ ଭସାଣୀ ଉତ୍ସବ



କେନ୍ଦ୍ରାପଡ଼ା,୫ା୧୧: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପଞ୍ଚାୟତର ଗୁଲନଗର ଗ୍ରାମରେ ୫ଦିନଧରି ପୂଜା ପାଉଥିବା ମା’ ଦକ୍ଷୀଣକାଳୀଙ୍କର ସୋମବାର ରାତିରେ ବିସର୍ଜନ କରାଯିବା ପରେ ମଙ୍ଗଳବାର ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାତଃ ୬ଟା ସମୟରେ ଗୁଲନଗର ଗ୍ରାମବାସୀମାନଙ୍କ ଦ୍ୱାରା ମେଢକୁ ଏକ ବିରାଟ ଶୋଭାଯାତ୍ରାରେ ଢୋଲ ବାଦ୍ୟ ଓ ନଗର କୀର୍ତ୍ତନ କରି ଗ୍ରାମ ପରିକ୍ରମା କରାଯିବା ପରେ ଗୋବରୀ ନଦୀ ଘାଟରେ ମାଙ୍କୁ ବିସର୍ଜିତ କରଯାଇଥିଲା । ଗ୍ରାମବାସୀମାନେ ଅଶ୍ରୁଳ ନେତ୍ରରେ ମା’ କାଳୀଙ୍କୁ ବିଦାୟ ଦେଇଥିଲେ । ଏହି ଅବସରରେ ଗତ ୪ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୋମବାର ରାତିରେ ବୁଢା ଗୋବିନ୍ଦଜୀୟୁ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଚକ୍ରବର୍ତ୍ତି ପରିବାର ସହ ଗୁଲନଗର ଗ୍ରାମର ଯୁବକମାନେ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading