ଗୁଲନଗରରେ ମା’ କାଳୀଙ୍କ ଭସାଣୀ ଉତ୍ସବ



କେନ୍ଦ୍ରାପଡ଼ା,୫ା୧୧: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପଞ୍ଚାୟତର ଗୁଲନଗର ଗ୍ରାମରେ ୫ଦିନଧରି ପୂଜା ପାଉଥିବା ମା’ ଦକ୍ଷୀଣକାଳୀଙ୍କର ସୋମବାର ରାତିରେ ବିସର୍ଜନ କରାଯିବା ପରେ ମଙ୍ଗଳବାର ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାତଃ ୬ଟା ସମୟରେ ଗୁଲନଗର ଗ୍ରାମବାସୀମାନଙ୍କ ଦ୍ୱାରା ମେଢକୁ ଏକ ବିରାଟ ଶୋଭାଯାତ୍ରାରେ ଢୋଲ ବାଦ୍ୟ ଓ ନଗର କୀର୍ତ୍ତନ କରି ଗ୍ରାମ ପରିକ୍ରମା କରାଯିବା ପରେ ଗୋବରୀ ନଦୀ ଘାଟରେ ମାଙ୍କୁ ବିସର୍ଜିତ କରଯାଇଥିଲା । ଗ୍ରାମବାସୀମାନେ ଅଶ୍ରୁଳ ନେତ୍ରରେ ମା’ କାଳୀଙ୍କୁ ବିଦାୟ ଦେଇଥିଲେ । ଏହି ଅବସରରେ ଗତ ୪ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୋମବାର ରାତିରେ ବୁଢା ଗୋବିନ୍ଦଜୀୟୁ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଚକ୍ରବର୍ତ୍ତି ପରିବାର ସହ ଗୁଲନଗର ଗ୍ରାମର ଯୁବକମାନେ ପରିଚାଳନା କରିଥିଲେ ।


Next Post

ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା

Tue Nov 5 , 2024
କେନ୍ଦ୍ରାପଡ଼ା,୫ା୧୧: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ କେନ୍ଦ୍ରାପଡା ପ୍ରଦକ୍ଷଣ ଭବନରେ ବାତ୍ୟା “ଦାନା” ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୋମବାର ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି। ପ୍ରଦକ୍ଷଣ ଭବନରେ ମନ୍ତ୍ରୀ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା। ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷତିଗ୍ରସ୍ତ କୌଣସି ଦରିଦ୍ର ଲୋକ ଯେପରି ସରକାରୀ […]

KANIKA