ବିଡିଓଙ୍କୁ ଦୁଃବ୍ୟବହାର ଆକ୍ରମଣ ଉଦ୍ୟମ ଘଟଣା, ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ,  ସାଧାରଣ ଲୋକେ ହଇରାଣ ,



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଡିଓଙ୍କ ଚ୍ୟାମ୍ବର ଭିତରେ ଜନୈକ ଯୁବକ ଟେବୁଲ, ଚେୟାରକୁ ଗୋଇଠା ମାରି ବଡିଓଙ୍କୁ ଦୁବ୍ୟବହାର ଓ ଆକ୍ରମଣ କରିବା ଘଟଣାରେ ବୁଧବାର ବ୍ଲକର କାର୍ଯ୍ୟରତ କର୍ମଚାରୀ ମାନେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଲମ ଛାଡ ଆନ୍ଦୋଳନ କରିଛନ୍ତି । ମଙ୍ଗଳବାର ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଏହି ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନଥିବା ବେଳେ ଆଜି ସେମାନେ ଧାରାଣା ଦେଇଛନ୍ତି। ଫଳରେ ବ୍ଲକ କାର୍ଯ୍ୟାଳୟକୁ କାର୍ଯ୍ୟ ନିମନ୍ତେ ଆସୁଥିବା ସାଧାରଣ ଲୋକେ ହଇରାଣ ହେଉଥିଲେ। 

ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ବିଡିଓ ଶୁଭ୍ରାଂଶୁ ସାହୁ ନିଜସ୍ୱ କାର୍ଯ୍ୟାଳୟରେ ମଙ୍ଗଳବାର ସରକାରୀ କାର୍ଯ୍ୟ କରୁଥିବା ବେଳେ ପୂର୍ବାହ୍ନ ୧୧ ଟାରେ ମୁଳଗାଇଁ ଗ୍ରାମର ଜ୍ୟୋତି ପ୍ରକାଶ ପ୍ରଧାନ ଓ ତାଙ୍କର କେତେକ ସହେଯାଗୀ ହଟାତ ବିଡିଓଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ବିଭିନ୍ନ ବିଷୟରେ ପ୍ରଶ୍ନ କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରି ଟେବୁଲ, ଚେୟାରକୁ ଗୋଇଠା ମାରିବା ସହିତ ଆକ୍ରମଣ ଉଦ୍ୟମ କରିଥିଲେ । ଏଥିନେଇ ସେ ପୋଲିସଙ୍କୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଯୁବକକୁ ତାଙ୍କ ହେପାଜତକୁ ନେବା ପରେ ଛାଡିଦେଇଥିଲେ । ବିଡିଓଙ୍କର ସମ୍ମାନ ହାନି ହୋଇଥିବା ନେଇ ସେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଆଜିକୁ ୨ ଦିନ ହେବାକୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଏନେଇ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ କର୍ମୀ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବ୍ଲକ ଆଗରେ କଲମ ଛାଡ ଆନ୍ଦୋଳନ କରିଛନ୍ତି । କାର୍ଯ୍ୟରେ ଯୋଗ ନଦେଇ ବ୍ଲକ ପରିସରରେ ଥିବା ଅଫିସ ସମ୍ମୁଖରେ ଧାରଣା ଦେଇଥିବା ନେଇ କେନ୍ଦ୍ରାପଡା ଜିଲାପାଳଙ୍କୁ ଲିଖିତ ଜଣାଇବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ରଖିଛନ୍ତି । ଏପରି ବାରମ୍ବାର ଆସାମାଜିକ ଲୋକେ ବ୍ଲକ କାର୍ଯ୍ୟାଳୟରେ ଆକ୍ରମଣ କରୁଥିବାରୁ ନିଜକୁ ଆସୁରକ୍ଷିତ ମଣୁଥିବା ଅଭିଯୋଗରେ ଜିଲାପାଳଙ୍କୁ ଦର୍ଶାଇଛନ୍ତି । ଯେ ପର୍ଯ୍ୟନ୍ତ ଘଟଣା ଘଟାଇଥିବା ଯୁବକକୁ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତଆନ୍ଦୋଳନ ଚାଲିବ ବୋଲି ସଂଘ ପକ୍ଷରୁ ବ୍ଲକ ବଡବାବୁ ମାନସ ରଞନ ନନ୍ଦ କହିଛନ୍ତି ।

ଅନ୍ୟପକ୍ଷରେ ସମସ୍ତ କର୍ମଚାରୀ ଧାରାଣାରତ ଥିବାରୁ ବ୍ଲକ୍‌ର ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି । ଫଳରେ ଦୂରଦୁରାନ୍ତରୁ ବିଭିନ୍ନ କାର୍ଯ୍ୟରେ ବ୍ଲକକୁ ଆସିଥିବା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଜଣେ ସାଧାରଣ ଲୋକ ନିଜ ନାମ ଗୋପନରଖି କୁହନ୍ତି ବିଗତ ୧୫ ବର୍ଷ ଭିତରେ ବ୍ଲକ ଗେଟ ତାଲାପଡି କର୍ମଚାରୀ ଆନ୍ଦୋଳନ କରିବା ଘଟଣା ଦେଖିନଥିଲୁ ।ଅବଶ୍ୟ କେତେବେଳେ କେମିତି କିଛି ଘଟେ ହେଲେ କାର୍ଯ୍ୟ ଚାଲୁରୁହେ ବୋଲି ସେ କହିଥିଲେ । ଏନେଇ ବିଡିଓ ସାହୁଙ୍କୁ ପଚାରିବାରେ ବାରମ୍ବାର ଆସାମାଜିକ ବ୍ୟାକ୍ତିଙ୍କ ଏପରି କାର୍ଯ୍ୟରେ ନିଜକୁ ଅସୁରକ୍ଷିତ ମଣୁଥିବାରୁ ବୁଧବାର ଧାରଣା ଦେଇଛନ୍ତିା

 

ଅନ୍ୟପକ୍ଷରେ  ବିଜେପି ଅନୁସୂଚିତ ଜାତି ମୋର୍ଚା ଜିଲ୍ଲା ସଭାପତି ଅନ୍ତଜ୍ୟାମୀ ମଲ୍ଲିକ ବିଡିଓ ତାଙ୍କୁ ଖରାପ ବ୍ୟବହାର କରିଛନ୍ତି ବୋଲି ଗତ  କାଲି ବିଡ଼ିଓଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ସେ ଏତାଲାରେ ଦର୍ଶାଇଛନ୍ତି ଯେ ବାତ୍ୟା ସମ୍ପର୍କିତ ତଥ୍ୟ ସମ୍ବୋଦ୍ଧରେ ପଚାରିବାରେ ବିଡିଓ ଉତକ୍ଷିପ୍ତ ହୋଇ ଗାଳି ଗୁଲଜ କରିଥିଲେ । ଜ୍ୟୋତି ପ୍ରକାଶ ପ୍ରଧାନ ହସ୍ତକ୍ଷେପ କରିବାରୁ ମୃତ୍ୟୁ ମୁଖରୁ ବଞ୍ଚିଥିବା ତାଙ୍କ ଏତାଲାରେ ଦର୍ଶାଇଛନ୍ତି । 

 


Next Post

କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ କଳାଉତ୍ସବ ଉଦ୍‌ଯାପିତ

Wed Nov 6 , 2024
କେନ୍ଦ୍ରାପଡ଼ା,୬ା୧୧: କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ କଳାଉତ୍ସବ ଆଜି କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପେଡାଗୋଜି କୋଅର୍ଡିନେଟର କୀରଣ ତୃଷ୍ଣା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର ଯୋଗଦାନ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କଳାଉତ୍ସବକୁ ଉଦ୍‌ଘାଟନ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ ଏଫ୍‌ସି ସୂର୍ଯ୍ୟନାରାୟଣ ମିଶ୍ର, କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ […]

KANIKA