ଅବକାରୀ ବିଭାଗ ପକ୍ଷରୁ ଚଢାଉ ବିପୁଳ ପରିମାଣର ଚୋରାମଦ ଜବତ



କେନ୍ଦ୍ରାପଡ଼ା,୮ା୧୧: କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଜବତ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ମାର୍ଶାଘାଇ, ମହାକାଳପଡା ଓ ପାଟକୁରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୯୪ଲିଟର ଦେଶୀ ଓ ୭ଲିଟର ବିଦେଶୀ ଚୋରା ମଦ ଜବତ କରାଯିବା ସହ ୬ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇଛି। ମାର୍ଶାଘାଇ ଥାନା ଅଧିନ ନେମ୍ବରା ଗ୍ରାମର ସନାତନ ଦାସଙ୍କ ଠାରୁ ୬ଲିଟର ଦେଶୀମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ସେହି ଥାନା ଅନ୍ତର୍ଗତ ପାଟଣାଗଡ ଗ୍ରାମର ସୁରଜକାନ୍ତ ରାଉତଙ୍କ ଠାରୁ ୭ଲିଟର ଚୋରା ବିଦେଶୀ ମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିବା ବେଳେ ସେହି ଥାନା ଅଧିନ ନାଲନ୍ଦାପାଳନ୍ଦା ଗ୍ରାମର କାଳନ୍ଦୀ ବେହେରାଙ୍କ ଠାରୁ ୧୮ଲିଟର ରନ୍ଧା ଦେଶୀମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ମହାକାଳପଡା ଥାନା ଅନ୍ତର୍ଗତ ସାଇଚନ୍ଦନପୁର ଗ୍ରାମର ପଞ୍ଚାନନ ସ୍ୱାଇଁଙ୍କ ଠାରୁ ୧୫ଲିଟର ଚୋରା ଦେଶୀମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଥିବା ବେଳେ ସେହି ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ଚିତରଞ୍ଜନ ଜେନାଙ୍କ ଠାରୁ ୧୫ଲିଟର ଚୋରା ଦେଶୀ ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ସେହିପରି ପାଟକୁରା ଥାନା ଅନ୍ତର୍ଗତ ତାଳସଙ୍ଗା ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ଠାରୁ ୧୪୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯିବା ସହ ତାଙ୍କୁ ମଧ୍ୟ ଗିରଫ କରାଯାଇଥିବା କେନ୍ଦ୍ରାପଡା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ଚଢାଉରେ ଅବକାରୀ ଇନସପେକ୍ଟର ହିତାଂଶୁ ଶେଖର, ଭାରପ୍ରାପ୍ତ ଅଧିକାରୀ ଧର୍ମପଦ ଦାସ, ଏ.ଏସ.ଆଇ. ଜଗନ୍ନାଥ ବେସ୍ରା ଓ ଏ.ଏସ.ଆଇ. ପ୍ରଦୀପ ମଲ୍ଲିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


Next Post

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

Fri Nov 8 , 2024
କେନ୍ଦ୍ରାପଡା,୮ା୧୧: ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଶିଶୁ ହସିଲେ ଦେଶ ହସିବ ଓ ଗାଁ ଗହଳିରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ଓ ତାହାକୁ ବିକଶିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ମହୋତ୍ସବ “ସୁରଭି”। ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, […]

KANIKA