ଦାଣ୍ଡିସାହିରେ ମାନସ ବିକାଶ ମଂଚ ପକ୍ଷରୁ ବୃକ୍ଷରୋପଣ



ପଟ୍ଟାମୁଣ୍ଡାଇ ୧୨/୧୧ -କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ମାନସ ବିକାଶ ମଂଚ ଓ ଦାଣ୍ଡିସାହି ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ଚାରା ବଂଟନ କରାଯାଇ ପରିବେଶ ସୁରକ୍ଷା ସଚେତନତା ବାର୍ତା ପ୍ରଦାନ କରାଯାଇଛି । ମାନସ ବିକାଶ ମଂଚ ସଭାପତି ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ମାନସ ରଞ୍ଜନ ସାମଲ କାର୍ଯ୍ୟକ୍ରମକୁ ଉଦଘାଟନ କରି ସମ୍ପ୍ରତି ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ପରିବେଶ ସୁରକ୍ଷା ଏକ ଆହ୍ୱାନ ଭାବେ ଦେଖାଦେଇଛି । ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମା ପାଇଁ ଗଛ ଟିଏ ସ୍ଲୋଗାନ ଦେଇ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିବାରୁ ପ୍ରତ୍ୟେକ ସଚେତନ ନାଗରିକ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ନିବେଦନ କରିଥିଲେ । ମାନସ ରଞ୍ଜନ ସାମଲଙ୍କ ନେତୃତ୍ୱ ରେ ମଂଚ ସମ୍ପାଦକ ପୂର୍ବତନ ସରପଂଚ ସଂଜୀବ ମଲ୍ଲିକ,ନିର୍ମଳ ବିଶ୍ୱାଳ ଗଣେଶ ରାଉତ, ଶ୍ରୀକାନ୍ତ ସାମଲ, କମଳାକାନ୍ତ ରାଉତ, ପ୍ରଭାତ ପ୍ରଧାନ ବିକ୍ରମ ପରିଡା, ନିରଞ୍ଜନ ପାଢ଼ୀ, କାଙ୍ଗାଳୀ ସେଠୀ,ଦେବରାଜ ପାଢ଼ୀ,ଶୁଭାଶିଷ ବିଶ୍ୱାଳ, ସୌଭାଗ୍ୟ ରାଉତ,ଅକ୍ଷୟ ସାମଲ, ପରମାନନ୍ଦ ରାଉତ, ସୁଶାନ୍ତ ସାମଲ, ଯଶୋବନ୍ତ ରାଉତ, ଦେବବ୍ରତ ପ୍ରଧାନ, ଆଶୁତୋଷ ପ୍ରଧାନ ,ଟୁଟୁ ରାଉତ, ଅକ୍ଷୟ ମଲ୍ଲିକ, ରାଜେନ୍ଦ୍ର ରାଉତ, ପ୍ରଫୁଲ୍ଲ ପ୍ରଧାନ, ଅଶୋକ ରାଉତ ଓ ଅନିଶି ସାହାଣୀ ପ୍ରମୁଖ ବହୁ ସ୍ୱେଛାସେବୀ ଦାଣ୍ଡିସାହି ଗାଁ ଠାକୁରାଣୀ ପରିସର, ଗାଁ ପୁଷ୍ପରଣୀ, ଦାଣ୍ଡିସାହି ଜୟ ହିନ୍ଦ ହାଇସ୍କୁଲ ନିକଟରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ସଚେତନତା ବାର୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ମାନସ ବିକାଶ ମଂଚ ଓ ଦାଣ୍ଡିସାହି ଗ୍ରାମ୍ୟ ଉନ୍ନୟନ କମିଟି ସଦସ୍ୟ ମାନେ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading