ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା



ପଟ୍ଟାମୁଣ୍ଡାଇ ତା ୧୩/୧୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲ ଶକ୍ତି କ୍ଳବ ପକ୍ଷରୁ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମକୁ ହାଇସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ କିଶୋର ବେହେରା ପତାକା ଦେଖାଇ ଉଦଘାଟନ କରିଥିଲେ ।  ସ୍କାଉଟ ଶିକ୍ଷକ ତଥା ଶକ୍ତି କ୍ଲବ ମାର୍ଗ ଦର୍ଶକ ଶିକ୍ଷକ ଗୋଲକ ବିହାରୀ ଭୂୟାଁଙ୍କ ନେତୃତ୍ୱରେ ମଣ୍ଡପଡା ବାଛରା ନୋଡାଲ ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ଜେନା ଭଜନେଶ୍ୱର ହାଇସ୍କୁଲଶିକ୍ଷକ ହେମନ୍ତ ମଲ୍ଲିକ, ରୋହିତ ସ୍ୱାଇଁ, ଜୟଦେବ ବେହୁରା, କୃଷ୍ଣ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ ଅନୁସୂୟା ନାୟକ, କର୍ମଚାରୀ ଅକ୍ଷୟ କୁମାର ଦାସଙ୍କ ସମେତ ୨୪ଜଣ ସ୍କାଉଟ, ୧୧ଜଣ ରେଡକ୍ରସ ଓ ଶକ୍ତି କ୍ଲବର ୩୦ଜଣଙ୍କୁ ମିଶାଇ ୭୫ଜଣ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ବାଛରା ପଂଚାୟତ ପରିକ୍ରମା କରି ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଉପରେ ଜନସଚେତନତା ସୃଷ୍ଟି କରିବା ସହିତ ନବୀକରଣଶକ୍ତିର ଉତ୍ସ ଯଥା ସୌର ଶକ୍ତି, ପବନ ଶକ୍ତି ଓ ଜଳଜ ଶକ୍ତି ଓ ତାପଜ ଶକ୍ତି ବ୍ୟବହାର କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ବ୍ଲକରେ ସରପଂଚ ଓ ସମିତି ସଭ୍ୟ ସଂଘ ଆମରଣ ଅନଶନର ଦ୍ୱିତୀୟ ଦିନ

Thu Nov 14 , 2024
ଅସୁସ୍ଥ ହେବାରେ ଲାଗିଛନ୍ତି ସରପଂଚ ସମିତି ସଭ୍ୟ, ଜଣେ ଗୁରୁତର ମେଡିକାଲରେ ଭର୍ତି ସମର୍ଥନ କରି ଧାରଣା ଦେଲେ ୨ ବିଧାୟକ ଗଣେଶ୍ୱର ଓ ଧ୍ରୁବ ପଟ୍ଟାମୁଣ୍ଡାଇ ୧୪/୧୧ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଫିସ ଭିତରେ ଗତ ୫ ତାରିଖରେ ହୋଇଥିବା ଗଣ୍ଡଗୋଳରେ ବିଡିଓଙ୍କ ପ୍ରତି ହୋଇଥିବା ଦୁଃବ୍ୟବାହର ଅଭିଯୋଗକୁ ଜିଲା ଓ ପୋଲିସ ପ୍ରଶାସନର ପାତରଅନ୍ତର ମନୋଭାବରେ ଅଭି୍‌ଯୁକ୍ତକୁ ଗିରଫ କରାଯାଇନାହିଁ । ଏହାର […]

KANIKA