କେନ୍ଦ୍ରାପଡା ପବ୍ଲିକ ସ୍କୁଲରେ ଶିଶୁଦିବସ



କେନ୍ଦ୍ରାପଡ଼ା,୧୪ା୧୧: କେନ୍ଦ୍ରାପଡା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସ୍କୁଲର ପ୍ରତିଷ୍ଠାତା ପ୍ରଫେସର ଅଜୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଶିଶୁଦିବସ ଭାବେ ପାଳନ କରାଯାଉଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥିସହିତ ଚାଚା ନେହେରୁ କିପରି ଶିଶୁମାନଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ତାହା ଶ୍ରୀ ରାଉତ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷ ସରୋଜକାନ୍ତ ନାୟକ, ଶିକ୍ଷୟିତ୍ରୀ କଳ୍ପନା ନାୟକ, ଜଗନ୍ନାଥ ନାୟକ ଓ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସ୍ମୃତିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading