ପଟ୍ଟାମୁଣ୍ଡାଇ ପ୍ରାଥମିକଶିକ୍ଷକ ସଂଘ ବାର୍ଷିକ ଉତ୍ସବ



ପଟ୍ଟାମୁଣ୍ଡାଇ ତା ୧୪/୧୧-ଶିଶୁ ଦିବସ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ୪୨ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଶିକ୍ଷକ ଭବନ ଠାରେ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି ।  ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରାକ୍ତନ ସଭାପତି ବିଜୟ କୁମାର ସାହୁ ମୁଖ୍ୟଅତିଥି, ଶିକ୍ଷକ ନେତା ପ୍ରମୋଦ ନାୟକ ମୁଖ୍ୟବକ୍ତା ଓ ରାଜେନ୍ଦ୍ର ପ୍ରସାଦ ସିଂହ, ରତ୍ନାକର ସ୍ୱାଇଁ, ନିରୋଗ ଦାସ,ଅଶୋକ ରାଉତ ଗୌତମ ମାହାଳି, ସୁଧାଂଶୁବାଳା ମହାପାତ୍ର, ନନ୍ଦ କିଶୋର ମହାରଣା ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଶିଶୁ ଦିବସର ମହତ୍ୱ ଓ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।  ସଂଘ ସମ୍ପାଦକ ବଳଭଦ୍ର ପ୍ରସାଦ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ।  ଏଇ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଅଭିରାମ ସାହୁ ପ୍ରମିଳା ପଣ୍ଡା, ସୁରତି ଜେନା ନୟନା ବେହେରା, ନେତ୍ରମଣି ଖଟୁଆ, ବିଦୁ ଲତା ବେହେରାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଚନ୍ଦନ ମହାନ୍ତି ଧନ୍ୟବାଦ ଦେଇଥିଲେ ।  ଏହି କାର୍ଯ୍ୟକ୍ରମକୁ ଆରତ ନାୟକ, ପ୍ରଫୁଲ୍ଲ ଶତପଥୀ ଜୟଦେବ ଜେନା ଶ୍ରୀନିବାସ ସାହୁ ସଞ୍ଜୟ ଜେନା ଓ ଅଶୋକ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ସଭା ଆରମ୍ଭରେ ସଂଘ ପତାକା ଉତ୍ତୋଳନ କରାଯିବା ସହିତ ପୂର୍ବତନ ପ୍ରଧାନମନ୍ତୀ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading