ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବବ୍ୟହାର ଓ ଗଣ୍ଡଗୋଳ ଘଟଣା

ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବବ୍ୟହାର ଓ ଗଣ୍ଡଗୋଳ ଘଟଣା


ପଟ୍ଟାମୁଣ୍ଡାଇ ୧୫/୧୧ କଳ୍ପତରୁ ନାୟକ- ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣାରେ ଅଭିଯୁକ୍ତ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ଅବିଳମ୍ବେ ଗିରଫ ଦାବୀରେ ପଟ୍ଟାମୁଣ୍ଡାଇ ସରପଂଚ ଓ ସମିତି ସଭ୍ୟ ସଂଘ ଅନିର୍ଦ୍ଧିଷ୍ଟକାଳ ପାଇଁ ଅନଶନ ଜାରି ରଖିଛନ୍ତି । ଶୁକ୍ରବାର ୩ୟ ଦିନ ଆନ୍ଦୋଳନର ସନ୍ଧ୍ୟାରେ ବିଡ଼ିଓଙ୍କୁ ଦୁଃବ୍ୟବହାର ଘଟଣାରେ ସମ୍ପୃକ୍ତ ଜ୍ୟୋତି ପ୍ରକାଶ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଥିବା ଖବର ମିଳିଛି । କେନ୍ଦ୍ରାପଡ଼ା ଅତିରିକ୍ତ ଏସପି ଦେବାଶିଷ ଧଳ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା ଥାନାରେ ଉପସ୍ଥିତ ରହି ସ୍ଥିତି ଉପରେ ଅନୁଧ୍ୟାନକରି ନୋଟିସକରି ଥିଲେ । ଜ୍ୟୋତି ପ୍ରକାଶ ନୋଟିସ କୁ ସ୍ୱିକାର କରିଥିଲେ ବୋଲି ଥାନାରୁ ସୁଚନା ମିଳିଛି ।
ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳ ଘଟଣାରେ ଅଭିଯୁକ୍ତ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ଅବିଳମ୍ବେ ଗିରଫ ଦାବୀରେ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇ ସରପଂଚ ଓ ସମିତି ସଭ୍ୟ ସଂଘ ପକ୍ଷରୁ ଆମରଣ ଅନଶନ ଆନ୍ଦୋଳନ ଯୋଗୁଁ ଦୀର୍ଘ ୧୧ଦିନ ହେବ ବ୍ଲକ ଅଚଳ ହୋଇପଡିଛି । ବିଭିନ୍ନ ସରକାରୀ କାର୍ଯ୍ୟରେ ଆସୁଥିବା ଜନସାଧାରଣ ନାହିଁ ନଥିବା ଦୁର୍ଦଶା ଭୋଗ କରୁଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକରେ ସୃଷ୍ଟି ହୋଇ ଥିବା ଅଚଳବସ୍ଥା ଦୂର କରିବା ଦିଗରେ ପ୍ରଶାସନ ବିଫଳ ହୋଇଛି । ପରିସ୍ଥିତି ଦିନ ଦିନ ଅଣାୟତ ହେଉଥିବାରୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକରେ ସୃଷ୍ଟି ଅଚଳବସ୍ଥା ଦୂର କରିବା ସହିତ ଆମରଣ ଅନଶନ ସମାପ୍ତ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ତାଙ୍କର ପ୍ରତିନିଧି ଭାବେ କେନ୍ଦ୍ରାପଡ଼ା ତହସିଲଦାର ତାପସ ଦେଉରି, ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଓ ଏସଡିପିଓ ପଣ୍ଡାଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଏହି ଅଧିକାରୀମାନେ ପଟ୍ଟାମୁଣ୍ଡାଇ ବ୍ଲକ ଅନଶନ ସ୍ଥଳରେ ପହଂଚି ଅନଶନରତ ସରପଂଚ ଓ ସମିତି ସଭ୍ୟମାନଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ନହେଲା ପର୍ଯ୍ୟନ୍ତ ଅନଶନ ଆନ୍ଦୋଳନ ଜାରୀ ରହିବ ବୋଲି ଅନଶନକାରୀମାନେ ଅଡ଼ି ବସିବାରୁ ଆଲୋଚନା ବିଫଳ ହୋଇଥିଲେ । ଶେଷରେ କୌଣସି ଉପାୟ ନପାଇ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରେରିତ ପ୍ରଶାସନିକ ଅଧିକାରୀ ମାନେ ଫେରି ଯାଇଥିଲେ ।