ଗୋବରୀ ବାଲିଯାତ୍ରା ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ



କେନ୍ଦ୍ରାପଡା,୧୬ା୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଗୋବରୀ ବାଲିଯାତ୍ରାର ୨ୟ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ କମିଟିର ସଭାପତି ବିବେକାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏବଂ ସଂପାଦକ କରୁଣାକର ଦାସଙ୍କ ତତ୍ୱାବଧାନରେ ଶୁକ୍ରବାର ପୂର୍ବାହ୍ନ ୯ଘଟିକା ସମୟରେ ବହୁ ଆଡମ୍ବରପୂର୍ଣ୍ଣ ଭାବେ ତିନିମହାଣୀ, ଚଟିପୋଲ, ସନ୍ନିକଟ ଗୁଲନଗର ଗ୍ରାମ ଗୋବରୀ ନଦୀପଠାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପୋଲିସ୍‌, ଅଗ୍ନିଶମ ଓ ଆମ୍ବୁଲାନସ୍ ଟିମ୍ ସହିତ ଶାନ୍ତି, ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୀତାଞଳୀ ସେଠୀ, ମୁଖ୍ୟବକ୍ତା ଉମେଶ ଚନ୍ଦ୍ର ସାହୁ, ସମ୍ମାନୀୟ ଅତିଥି ଭାବେ ଡାକ୍ତର ଦୀକ୍ଷା ପାଇକରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରୂପାଲୀ ପ୍ରିୟଦର୍ଶିନୀ, ସମାଜସେବୀ ଓ ବିଜେପି ନେତା ଶଶାଙ୍କ କୁମାର ଜେନା, ସମାଜସେବୀ, ନାରୀନେତ୍ରୀ ରାଜଲକ୍ଷ୍ମୀ ରାଉତରାୟ, ସ୍ଥାନୀୟ ସରପଞ୍ଚ ସନ୍ଧ୍ୟାରାଣୀ ସାହୁ ପ୍ରମୁଖ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ୭ଜଣ ସାଧବ ପୁଅମାନଙ୍କୁ ୭ଜଣ ସାଧବ ବୋହୁମାନେ ବନ୍ଦାପନା କରି ଘଣ୍ଟ, ଘଣ୍ଟା, ଶଙ୍ଖ, ହୁଳହୁଳି, ଫୁଲ, ଚନ୍ଦନ ଦେଇ ସୁସଜ୍ଜିତ ବେଶରେ ବୋଇତରେ ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ଉଦ୍‌ଜୀବିତ କରି ରଖିବା ପାଇଁ ଦରିଆ ଆରପାରିକୁ ବାଣିଜ୍ୟ, ବ୍ୟବସାୟ କରିବା ଉଦ୍ଦେଶ୍ୟରେ ମେଲାଣୀ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କମିଟି ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ଓ ସହସମ୍ପାଦକ ଶାନ୍ତି ସ୍ୱରୂପ ଭୂୟାଁ ପରିଚାଳନା କରିଥିଲେ। ମଞ୍ଚ ସମ୍ମୁଖରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ ମାଧବ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ନୀହାର ରଂଜନ ସାହୁ, ସମାଜସେବୀ ଉମେଶ ଦାସ, କୋଷାଧ୍ୟକ୍ଷ ପବିତ୍ର ବେହେରା, ଅକ୍ଷୟ ସେନାପତୀ, ନାରୀନେତ୍ରୀ ପାର୍ବତୀ ବେହେରା, ଚାରୁଲତା ଭୂୟାଁ, ଅଭିଜୀତ ଦାସ, ପ୍ରିୟତମା ରାଉଳ, ତନୁଜା ଥାପା, ନୃତ୍ୟ ଶିକ୍ଷକ ଦୀପକ କୁମାର ସାହୁ, କବି ଅଶୋକ କୁମାର ସାହୁ, ବୈଜୟନ୍ତି ଗୋଛାୟତ, ଇନ୍ଦୁରେଖା ସାହାଣୀ, ବର୍ଷାରାଣୀ ସେଠୀ, କାଳନ୍ଦୀ ସେଠୀ, କବୟିତ୍ରୀ ସ୍ୱର୍ଣ୍ଣଲତା ସ୍ୱାଇଁ, ଭାବନ ସାହୁ, ଜୟନ୍ତୀ ଦାସ, ଅନୀତା ମହାନ୍ତି, ନିରଞ୍ଜନ ପରିଡା ଓ ନୀହାର ରଞ୍ଜନ ପରିଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କୁ ସ୍ଥାନୀୟ ସମିତି ସଭ୍ୟ ରବିନ୍ଦ୍ର କୁମାର ସାହୁ ଧନ୍ୟବାଦ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading