କେନ୍ଦ୍ରାପଡ଼ା,୨୬ା୧୧: ଜଣେ ଯୁବ ସଂଗଠକ ଭାବେ ସାଧାରଣରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅକ୍ଷୟ ତରାଇ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡାର ଯୁବ ସମାଜସେବୀ ଶ୍ରୀ ତରାଇ ବିଜେପିରେ ଯୋଗଦେଇଛନ୍ତି। ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ହେବ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ଯୁବ ସଂଗଠକ ଶ୍ରୀ ତରାଇ ବିଜେପିର ସଂଗଠନକୁ ଆହୁରି ମଜଭୁତ କରିବେ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି। ବିଭିନ୍ନ ସାମାଜିକ ସଂଗଠନରେ ସାମିଲ ହୋଇ ଜନସାଧାରଣଙ୍କ ସେବା କରିବାକୁ ଶ୍ରୀ ତରାଇ ପ୍ରାଥମିକତା ଦେଇଥାନ୍ତି। ଶ୍ରୀ ତରାଇଙ୍କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ତରାଇଙ୍କ ଯୋଗଦାନ ପରେ ବିଜେପି ଦଳର ସଂଗଠନ ଅଧିକ ମଜଭୁତ ହୋଇପାରିବ ବୋଲି କେତେକ ନେତା କହିଛନ୍ତି।ଞ୍ଚ
kanikanews.in
Next Post
କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା
Wed Nov 27 , 2024
କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦଜୀଉ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କୃଷି ବିଜ୍ଞାନକେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ, ସମ୍ମାନିତ ଅତିଥି ଭାବେ […]

KANIKA
- 6 months ago
ଗରାପୁର ଆଶ୍ରମରେ ଶିବାନନ୍ଦ ତୋରଣ ଉଦଘାଟିତ
- 2 years ago
ମାତ୍ରାଧିକ ଶଦ୍ଦ କରୁଥିବା ଡିଜେକୁ ଜବତ କଲା ପୋଲିସ
- 8 months ago
ନଦୀରେ ବୁଡି ୩ ବର୍ଷର ଶିଶୁ ପୁତ୍ର ମୃତ