
କେନ୍ଦ୍ରାପଡ଼ା,୨୬ା୧୧: ଜଣେ ଯୁବ ସଂଗଠକ ଭାବେ ସାଧାରଣରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅକ୍ଷୟ ତରାଇ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡାର ଯୁବ ସମାଜସେବୀ ଶ୍ରୀ ତରାଇ ବିଜେପିରେ ଯୋଗଦେଇଛନ୍ତି। ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ହେବ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ଯୁବ ସଂଗଠକ ଶ୍ରୀ ତରାଇ ବିଜେପିର ସଂଗଠନକୁ ଆହୁରି ମଜଭୁତ କରିବେ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି। ବିଭିନ୍ନ ସାମାଜିକ ସଂଗଠନରେ ସାମିଲ ହୋଇ ଜନସାଧାରଣଙ୍କ ସେବା କରିବାକୁ ଶ୍ରୀ ତରାଇ ପ୍ରାଥମିକତା ଦେଇଥାନ୍ତି। ଶ୍ରୀ ତରାଇଙ୍କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ତରାଇଙ୍କ ଯୋଗଦାନ ପରେ ବିଜେପି ଦଳର ସଂଗଠନ ଅଧିକ ମଜଭୁତ ହୋଇପାରିବ ବୋଲି କେତେକ ନେତା କହିଛନ୍ତି।ଞ୍ଚ











