ରକ୍ତଦାନ ଶିବିର ପାଇଁ ବଳଦେବ ସେନାର ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା, ୨୭ା୧୧: ବଳଦେବ ସେନା ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ମାସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠତ ହୋଇଆସୁଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଳଦେବ ସେନାର ପଞ୍ଚମ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏଥିନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମାଉସୀମା ମନ୍ଦିର ସ୍ଥିତ ସେନା କାର୍ଯ୍ୟାଳୟରେ ବଳଦେବ ସେନା ପକ୍ଷରୁ ସଭାପତି ପପୁନ୍ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପସଭାପତି ନିରଞ୍ଜନ ସୁଆର, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ମୂଖପାତ୍ର ଜ୍ୟୋତି ରଞ୍ଜନ ପତ୍ରୀ, ହିମାଂଶୁ ରାଉତ, ଅନିଶ ସୂତାର, ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ଲଲାଟେନ୍ଦୁ ବେହେରା, କ୍ରାନ୍ତି ପ୍ରକାଶ ରଣା, ଉମାକାନ୍ତ ବେହେରା, ପ୍ରୀତମ ଦାସ, ଗୌତମ ସାହୁ, ଶ୍ରୀକାନ୍ତ ଜେନା, ଭବାନୀ କେଶରୀ ସାହୁ, କମଲ ଲୋଚନ ସାହୁ, ରାକେଶ ମହାନ୍ତିଙ୍କ ସମେତ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ କିପରି ଏହି ଶିବିରକୁ ଏକ ବିଶାଳ ଶିବିର ରୂପେ ପରିଗଣିତ କରାଯିବ, ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ରକ୍ତର ଅଭାବକୁ କିପରି ଏଡାଯାଇ ପାରିବ, କିପରି ଆମେ କିଛି ରକ୍ତ ଯୋଗାଡ କରି କିଛି ମାତ୍ରାରେ ଜୀବନ ବଞ୍ଚାଯାଇ ପାରିବ ଏହିପରି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ସର୍ବ ଶେଷରେ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ନିଷ୍ପତି ନିଆଗଲା ଯେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପ୍ରତିବର୍ଷ ଭଳି ଆସନ୍ତା ଡିସେମ୍ବର ମାସ ୨୨ତାରିଖ ରବିବାର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଯାତ୍ରୀ ନିବାସରେ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ରକ୍ତଦାନ କରିବାକୁ ଚାହୁଁଥିବା ବ୍ୟକ୍ତି-୯୧୧୪୫୩୧୧୭୦, ୯୩୪୮୮୦୪୭୩୮, ୭୦୦୮୭୭୬୧୩୩ ଓ ୯୩୪୮୭୮୦୦୨୩ ନମ୍ବରରେ ଯୋଗାଯୋଗ କରି ନିଜର ନାମ ପଞ୍ଜିକରଣ କରାଇ ପାରିବେ। ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଚାହୁଁଥିବା ସମସ୍ତ ଭାଈ ଓ ଭଉଣୀ ମାନଙ୍କର ସେନା ପକ୍ଷରୁ ଉପସ୍ଥିତ କାମନା କରାଯାଇଛି।


Discover more from

Subscribe now to keep reading and get access to the full archive.

Continue reading