କଷଣଅଣ୍ଟା ହାଇସ୍କୁଲରେ ପ୍ଲାଷ୍ଟିକ ବର୍ଜନ ସଚେତନତା


ପଟ୍ଟାମୁଣ୍ଡାଇ : ୨୭/୧୧ କଳ୍ପତରୁ ନାୟକ-ଭୁବନେଶ୍ୱର ଓଡିଶା ପରିବେଶ ଶିକ୍ଷଣ କେନ୍ଦ୍ର ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟା ହାଇସ୍କୁଲ ଠାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ପ୍ରଶିକ୍ଷଣ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି  କଷଣଅଣ୍ଟା ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ କବି ସଚ୍ଚିତ୍ର କୁମାର ବେହୁରାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ  ସଂଯୋଜକ ଡ. ରାଜେଶ କୁମାର ମହାନ୍ତ, ପ୍ରକୃତି ବନ୍ଧୁ ପ୍ରଦୀପ ନାୟକ, ପ୍ରଧାନଶିକ୍ଷକ ଶ୍ରୀମନ୍ତ ବେହେରା, ଶିକ୍ଷାବିତ ସୁରେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକର କୁପ୍ରଭାବ ଓ ଏହାର ବ୍ୟବହାରକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରି ପ୍ଲାଷ୍ଟିକ ବର୍ଜନ ପାଇଁ ପରାମର୍ଶ ଦେଇଥିଲେ । ଏଇ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଚିତ୍ରାଙ୍କନ ଓ ପ୍ରଵନ୍ଧ ପ୍ରତିଯୋଗିତାର  କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଜୟନ୍ତ ପଣ୍ଡା,ପ୍ରବୀଣ ନାୟକ, କାର୍ତ୍ତିକ ଦାସ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଜେନା, ସୁସ୍ମିତା ମହାପାତ୍ର, ସଂଯୁକ୍ତା ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଶେଷରେ ଅକ୍ଷୟ କୁମାର ସିଂହ ଧନ୍ୟବାଦ ଦେଇଥିଲେ ।

Discover more from

Subscribe now to keep reading and get access to the full archive.

Continue reading