ଷ୍ଟେଟବ୍ୟାଙ୍କ ପେନସନର୍ସଙ୍କ ସମସ୍ୟା ସମାଧାନ ବୈଠକ



କେନ୍ଦ୍ରାପଡ଼ା,୨୮ା୧୧: ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ, ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କର ପେନସନର୍ସମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପାରାଦୀପର ମାନବସମ୍ବଳ ବିକାଶ ପରିଚାଳକ ସୁକାନ୍ତ କୁମାର ସାହୁଙ୍କ ପୈାରହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ, ଭୁବନେଶ୍ୱର ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ଏହି ବୈଠକକୁ ପରିଚାଳନା କରିବା ସହିତ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ। ମାନବ ସମ୍ବଳ ପରିଚାଳକ ଶ୍ରୀ ସାହୁ ସମସ୍ୟା ସମାଧାନର ପ୍ରତିଶୃତି ପ୍ରଦାନ କରିଥିଲେ। ଦୀର୍ଘଦିନର ଦାବି କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ଡିସପେନ୍ସାରୀ (ଚିକିତ୍ସା କେନ୍ଦ୍ର) ଖୋଲାଯାଉ ନଥିବାରୁ ବୈଠକରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା। ଆସନ୍ତା ବୈଠକରେ ଏହି ଦାବିର ଅଗ୍ରଗତି ସମ୍ପର୍କରେ ଜଣାଇବାକୁ ବୈଠକରେ ଦାବି କରାଯାଇଥିଲା। ଏହି ବୈଠକରେ ପେନସନର୍ସ ସଙ୍ଘର କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ସ୍ୱାଧୀନ କୁମାର ଦାଶ, ଶରତ ମୁଦୁଲି, ଅତୁଲ ଚନ୍ଦ୍ର ଗିରି, ଦୁର୍ଯ୍ୟୋଧନ ସେଠୀ, ଗୋଲକ ବିହାରୀ ବେହେରା, ନିତ୍ୟାନନ୍ଦ ସେଠୀ, ବିଜୟ ନାୟକ, ସୁନାକର ଜେନା, ରାମଚନ୍ଦ୍ର ସେଠୀ, ହରିପଦ ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Next Post

ଡ଼ିସେମ୍ବର ୧ରେ "ନୂଆ ଜହ୍ନ ଉଇଁଛି’ର ପାଠକାର୍ପଣ

Thu Nov 28 , 2024
କେନ୍ଦ୍ରାପଡା,୨୮ା୧୧: ସମକାଳୀନ ଉଭୟ ଓଡ଼ିଆ କଥା ଓ କବିତା କ୍ଷେତ୍ରରେ ସ୍ୱକୀୟ ସ୍ୱତନ୍ତ୍ର ପରିଚୟ ସହ ଅସାମାନ୍ୟ ପ୍ରତିଷ୍ଠା ଅର୍ଜନ କରିଥିବା ବିରଜା ରାଉତରାୟଙ୍କ ପଞ୍ଚମ କବିତା ସଙ୍କଳନ “ନୂଆ ଜହ୍ନ ଉଇଁଛି’ ଆସନ୍ତା ୧ ଡ଼ିସେମ୍ବର ରବିବାର ଦିନ ଏକକାଳୀନ ଭାବେ କେନ୍ଦ୍ରପଡ଼ାର ଦୁଇ ସାରସ୍ୱତ ଉତ୍ସବରେ ପାଠକାର୍ପିତ ହେବ। ଉକ୍ତ ଦିବସର ପ୍ରଥମେ ଦିବା ଅଧିବେଶନରେ କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟରେ ଅନୁଷ୍ଠିତ “ରାକମ୍ -୨୦୨୪’ ସାହିତ୍ୟ ଉତ୍ସବ […]

KANIKA