ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୨୯ା୧୧: ସାରାବିଶ୍ୱରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦିବସ ପାଳିତ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥନା ଦିବସ ବିଶ୍ୱସ୍ତରରେ ପାଳିତ ହେବା କିମ୍ବା ୟୁନେସ୍କୋ ପକ୍ଷରୁ ମାନ୍ୟତାପ୍ରାପ୍ତ ହୋଇ ପାରିନଥିବା ଅତ୍ୟନ୍ତ ପରିତାପର ବିଷୟ । ତେଣୁ ଏ ସମ୍ପର୍କରେ କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ସନ୍ନ୍ୟାସିନୀ ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉଦ୍ୟମରେ୨୦୧୭ ମସିହାରୁ ଦୀର୍ଘ ୭ବର୍ଷ ଧରି ପ୍ରାର୍ଥନା ଦିବସ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଦେଶର କିଛି ସ୍ଥାନରେ ପାଳିତ ହୋଇଆସୁଅଛି । ଏହା ଜାନୁୟାରୀ ମାସର ପ୍ରଥମ ଦିନ ଅର୍ଥାତ୍ ୧ତାରିଖରେ ସାରା ବିଶ୍ୱରେ ପାଳିତ ହେବା ପାଇଁ ଦିବ୍ୟସ୍ୱରୂପା ଶ୍ରୀମା’ ସମସ୍ତଙ୍କୁ ଅନୁରୋଧ କରି ପାଳନ କରିଆସୁଅଛନ୍ତି । ତେଣୁ ଆଗାମୀ ୨୦୨୫ମସିହା ଜାନୁୟାରୀ ୧ ତାରିଖରେ ସମସ୍ତ ଧର୍ମ, ବର୍ଣ୍ଣ, ସଂପ୍ରଦାୟର ଲୋକମାନେ ସେମାନଙ୍କର ନିଜ ନିଜ ଗୁରୁ ଓ ଇଷ୍ଟଙ୍କୁ ତାଙ୍କର ନିଜ ନିଜ ଭାଷାରେ ପ୍ରାତଃ ୭ଘଟିକା ସମୟରେ ଏକଘଣ୍ଟା ବ୍ୟାପୀ ପ୍ରାର୍ଥନା କରିବାକୁ ଓ ସମସ୍ତ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିବାକୁ ଦିବ୍ୟସ୍ୱରୂପା ଶ୍ରୀମା’ ଅନୁରୋଧ କରିଛନ୍ତି । ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ୟୁନିଟ୍‌-୨ସ୍ଥିତ ଦିବ୍ୟଜୀବନ ସଂଘର ସାଂସ୍କୃତିକ ସଂଘ ଆଶ୍ରମରେ ଦିବ୍ୟସ୍ୱରୂପା ଶ୍ରୀମା’ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବିଜୟ କୁମାର ସ୍ୱାଇଁ, ଶାଖାର ସଭାପତି ରାଧାଶ୍ୟାମ ଦାସ, ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ନୀଳମଣୀ, ମନୋରଞ୍ଜନ ମହାନ୍ତି, ଜଗନ୍ନାଥ ଟ୍ରଷ୍ଟର ସଭାପତି ନାରାୟଣ ମହାପାତ୍ର୍ର,ନିରଞ୍ଜନ ପଣ୍ଡା ମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Next Post

୯ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ , ଅଭିଯୁକ୍ତ ଗିରଫ

Sat Nov 30 , 2024
ପଟ୍ଟାମୁଣ୍ଡାଇ ୨୯/୧୧ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଏକ ଗ୍ରାମରେ ଜଣେ ୯ ବର୍ଷର ନାବାଳିକାକୁ ଜଣେ ୬୫ ବର୍ଷର ବୃଦ୍ଧ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଗ୍ରାମାଂଚଳ ଥାନା ପୋଲିସ ବୃଦ୍ଧଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ସେ ପିଡିତାଙ୍କ ସମ୍ପର୍କୀୟ ଜେଜେ ବାପା ହେବେ ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ନାବାଳିକାଙ୍କ ମା […]

KANIKA