୯ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ , ଅଭିଯୁକ୍ତ ଗିରଫ



ପଟ୍ଟାମୁଣ୍ଡାଇ ୨୯/୧୧ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଏକ ଗ୍ରାମରେ ଜଣେ ୯ ବର୍ଷର ନାବାଳିକାକୁ ଜଣେ ୬୫ ବର୍ଷର ବୃଦ୍ଧ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଗ୍ରାମାଂଚଳ ଥାନା ପୋଲିସ ବୃଦ୍ଧଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ସେ ପିଡିତାଙ୍କ ସମ୍ପର୍କୀୟ ଜେଜେ ବାପା ହେବେ ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ ନାବାଳିକାଙ୍କ ମା ବାପା କୌଣସି କାମରେ ବାହରକୁ ଯାଇଥିବା ବେଳେ ନାବାଳିକା ଜଣକ ଏକୁଟିଆ ଘରେ ଥିଲେ । ଗୁରୁବାର ଅପରାହ୍ନରେ ବୃଦ୍ଧ ତାଙ୍କ ଘରକୁ ଯାଇ ତାକୁ ପାଣି ପିଇବା ପାଇଁ ମାଗିଥିଲେ । ସେ ପାଣି ଆଣିବାକୁ ଯିବା ବେଳେ ତାଙ୍କୁ ପଛରୁ ଧରି ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି । ବାପ ମା ଘରକୁ ଫେରିବା ପରେ ଝିଅ ଏବିଷୟରେ ଜଣାଇଥିଲେ । ବାପା ଜାଣି ଗାଁର ଭଦ୍ରଲୋକଙ୍କୁ ଜଣାଇଥିଲେ । ମାତ୍ର ବୃଦ୍ଧଜଣଙ୍କ ନମାନିବାରୁ ପରିବାର ଲୋକଙ୍କ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗ ପରେ ଶୁକ୍ରବାର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଥାନା କେସ ନଂ ୫୭୫/୨୦୨୪ ଏକ ମାମଲା ରୁଜୁ କରି ଉଭୟଙ୍କ ଡାକ୍ତରି ମାଇନା କରାଇଥିଲେ । ଅଭିଯୁକ୍ତଙ୍କୁ କେନ୍ଦ୍ରାପଡା ପୋକ୍ସ କୋର୍ଟକୁ ପଠାଯାଇଥିବା ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନ ପ୍ରକାଶ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading