
ଭୁବନେଶ୍ୱର୧/୧୨- ଆଜି ହେଉଛି ବିଶ୍ୱ ଏଡସ ଦିବସ । ଏଚଆଇଭି ଭୂତାଣୁ ରେ ସଂକ୍ରମିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଏଡସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ ଲୋକଙ୍କୁ ସମର୍ଥନ ଜଣାଇବାଲାଗି ଏହି ଦିବସ ପାଳନ କରାଯାଇଥାଏ । ଏଚଆଇଭି ସଂକ୍ରମଣ ସମ୍ପର୍କରେ୍ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୧୯୮୮ ମସିହାରୁ ପ୍ରତିବର୍ଷ ୧ ଡିସେମ୍ବରରେ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଉଛି। ବିଶ୍ୱରେ ୨୦୨୩ ସୁଦ୍ଧା ୩୯.୯ ଏଚଆଇଭି ସଂକ୍ରମିତ ବ୍ୟକ୍ତି ରହିଛନ୍ତି । ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଆକଳନ ଅନୁଯାଇ ଭାରତରେ ଏଚଆଇଭି ସଂକ୍ରମିତ ସଂଖ୍ୟା ୨୦୨୩-୨୪ ୩.୧୪ ନିୟୁତ ଏଚଆଇଭି ସଂକ୍ରମିତ ବ୍ୟକ୍ତି ରହିଛନ୍ତି । ଡିସେମ୍ବର ୨୦୨୩ ସୁଦ୍ଧା, ଓଡିଶାରେ ପ୍ରାୟ ୪୬,୨୬୪ ଲୋକ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ରହିଛନ୍ତି। ରାଜ୍ୟର ଏଚଆଇଭି ପ୍ରାଦୁର୍ଭାବ ଜାତୀୟ ହାରଠାରୁ କମ୍। ୧୯୯୩ ରେ ନୟାଗଡ଼ ଜିଲ୍ଲାରେ ଓଡିଶାରେ ପ୍ରଥମ ଏଚ୍ଆଇଭି ଚିହ୍ନଟ ହୋଇଥିଲା ଓଡିଶାରେ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏଚ୍.ଆଇ.ଭି ପ୍ରାଦୁର୍ଭାବ ୨୦୦୯ ରେ ୦.୭୩% ରୁ ୨୦୨୩ ରେ ୦.୩୨% କୁ ହ୍ରାସ ପାଇଛି। ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ସଂଖ୍ୟକ ଏଚ୍ଆଇଭି ରୋଗୀ ଅଛନ୍ତି, କିନ୍ତୁ ଗତ ପାଂଚ ବର୍ଷ ମଧ୍ୟରେ ଏଚ୍ଆଇଭି ପଜିଟିଭ୍ ହାର ଯଥେଷ୍ଟ ହ୍ରାସ ପାଇଛି। ବିଶ୍ୱ ଏଡସ୍ ଦିବସରେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମାଜ ସଚେତନତା ପ୍ରୟାସକୁ ସ୍ୱୀକୃତି ଦେଇଛି ।ଏଡର୍ସ ମୁଖ୍ୟ ସଂକ୍ରମଣ ମାଧ୍ୟମ ହେଉଛି ଅସରକ୍ଷୁ ିତ ଯୌନ ସମ୍ପର୍କ। ମା’ଠାରୁଶିଶୁକୁ ମଧ୍ୟ ୩୦ପ୍ରତଶତି କ୍ଷେତ୍ରରେ ଏହା ସଂକ୍ରମିତ ହୋଇଥାଏ। ବିଶୋଧିତ ହୋଇ ନଥିବା ଛୁଛି ଓ ସିରିଞ୍ଜ ଦ୍ୱାରା ଡ୍ରଗ୍ସ ବ୍ୟବହାର କରୁଥିବା ବ୍ୟକ୍ତି ଓ ସଂକ୍ରମିତ ରକ୍ତ ସଂଚାରଣ ଦ୍ୱାରା ଏହା ବ୍ୟାପିବା ଆଶଙ୍କା ରହିଥାଏ। ଏଡ୍ସ ସଂକ୍ରମଣ ରୋକିବା ଲାଗି ଯୌନକର୍ମୀ, ପୁରୁଷ ସମଲିଙ୍ଗୀ ,ବର୍ଷର ଅଧିକାଂଶ ସମୟ ବାହାରେ ରହୁଥିବା ବ୍ୟକ୍ତିବିଶେଷ, ଟ୍ରକ୍ ଓ ଦୂରଗାମୀ ଗାଡିଚାଳକ , ବାହାରୁ ଆସୁଥିବା ବ୍ୟକ୍ତି ସମିୂହ, ଶୀରା ମାଧ୍ୟମରେ ନିୟମିତ ନିଶା ନେଉଥିବା ବ୍ୟକ୍ତି ମାନଙ୍କୁ ରକ୍ତ ପରୀକ୍ଷା କରିବାକୁ ଆଣିବା ସହିତ ସଂକ୍ରମଣ ନିରୂପଣ କାର୍ଯ୍ୟ ଉଭୟ ଦେଶ ଓ ରାଜ୍ୟରେ ଜାରି ରହିଛି।











