ବିଜୁ ପଟ୍ଟନାୟକ କଲେଜର ୪୪ତମ ପ୍ରତିଷ୍ଠା ଦିବସ ସମାରୋହ



କେନ୍ଦ୍ରାପଡ଼ା,୧ା୧୨: ଜିଲ୍ଲାର ଗ୍ରାମାଂଚଳରେ ଉଚ୍ଚଶିକ୍ଷାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବା ଅନ୍ତେଇ ବିଜୁ ପଟ୍ଟନାୟକ କଲେଜ ଆଜି ୪୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ବିଶ୍ୱଜିତ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ୱନକ୍ଷତ୍ର ସମାରୋହରେ ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ମିଶ୍ର ମୁଖ୍ୟ ଅତିଥି,କଲେଜ ପରିଚାଳନା କମିଟି ସଭାପତି ଗଙ୍ଗାଧର ପରିଡ଼ା ମୁଖ୍ୟବକ୍ତା,ପୂର୍ବତନ ଅଧ୍ୟକ୍ଷ ରଂଜନ କୁମାର ଦାସ ,ସମାଜସେବୀ ଗୋପାଳ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କଲେଜ ପ୍ରତିଷ୍ଠାର ତିକ୍ତ ମଧୁର ସ୍ମୃତିକୁ ରୋମନ୍ଥନ କରିବା ସହିତ ଏହି କଲେଜ ଲକ୍ଷ୍ୟ ପଥରେ ଆଗକୁ ଆଗକୁ ବଢୁଥିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଅଧ୍ୟାପକ ଚିନ୍ମୟ କୁମାର ରାଉତରାୟ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ଓ ଅଧ୍ୟପକ ଅଜୟ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଡ଼.ମନ୍ଦାକିନୀ ଦାସ, ଅଧ୍ୟାପକ ଧିରେନ୍ଦ୍ର ନାଥ ମିଶ୍ର,ପ୍ରସନ୍ନ କୁମାର ପଣ୍ଡା,ଦେବଦତ୍ତ ବେହେରା,ବିଶ୍ୱରଂଜନ ପରିଡ଼ା,ଅଧ୍ୟାପିକା ଶୁଭଶ୍ରୀ ଶୁଭସ୍ମିତା ମହାନ୍ତି,ସୁଶ୍ରୀ ଲିପ୍ସା ମିଶ୍ରଙ୍କ ସମେତ ସମସ୍ତ ଅଧ୍ୟପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading