କେନ୍ଦ୍ରାପଡ଼ା ବସ୍ତ୍ର ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ



କେନ୍ଦ୍ରାପଡା,୨ା୧୨: କେନ୍ଦ୍ରାପଡ଼ା ବସ୍ତ୍ର ବଣିକ ସଂଘର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ହୋଟେଲ୍ ଚଣ୍ଡିଆ ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଂଘର କାମଚଳା ସଭାପତି ଗାନୁ ସାହୁ ସଭାପତିତ୍ୱ କରିଥିଲେ। ସଭାର ପ୍ରାରମ୍ଭରେ ଦିବଂଗତ ପୂର୍ବତନ ସଭାପତି ସ୍ୱର୍ଗତ ନୃସିଂହ ଚରଣ ପାଣିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ ବ୍ୟବସାୟୀ ବନ୍ଧୁମାନଙ୍କ ଉପସ୍ଥିତରେ ଆଗାମୀ ଦିନରେ ସଂଘର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ତତ୍ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ବାସୁଦେବ ପାଣି(ଡୁଲୁ), ଉପ ସଭାପତି ଭାବେ ମୀର୍ ଖାଦିମ୍ ବକ୍ସ୍ (ପପୁ), ସାଧାରଣ ସଂପାଦକ ଭାବେ ଶକ୍ତିକାନ୍ତ ପାତ୍ର (ମାମୁଲି), ସହ ସମ୍ପାଦକ ଭାବେ ଜଗନ୍ନାଥ ସାହୁ (ଜ୍ୟାକି) ଓ କୋଷାଧ୍ୟକ୍ଷ ଭାବେ ସଞ୍ଜୟ ସାହୁଙ୍କୁ ମନୋନୀତ କରାଯାଇଥିଲା। ରିଟୁ ସାହୁ ସଭା ପରିଚାଳନା କରିଥିଲେ ଓ ଶେଷଦେବ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ପୁନର୍ବାସ ସୃଜନ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

Mon Dec 2 , 2024
କେନ୍ଦ୍ରାପଡା,୨ା୧୨: ଭିନ୍ନକ୍ଷମଙ୍କ ଥେରାପି ସେବା ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ମାଧପୁରସ୍ଥିତ ଅମର ଉଦ୍ୟାନ ପରିସରରେ “ପୁନର୍ବାସ ସୃଜନ ସମ୍ମାନ ଓ ପୁସ୍ତକ ଉନ୍ମୋଚନ ଉତ୍ସବ’ ଅନୁଷ୍ଟିତ ହୋଇଯାଇଛି । ପ୍ରତିଷ୍ଠାତା ଓ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରାକ୍ତନ୍ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଓ ଅତିଥି ନିମନ୍ତ୍ରଣ […]

You May Like