ସଡକ ଦୂର୍ଘଟଣାରେ ଜଣେ ମୃତ



କେନ୍ଦ୍ରାପଡ଼ା,୬ା୧୨: କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ବାରୋ ଠାରୁ ପଥରକଣୀ ରାସ୍ତାରେ ଏକ ସଡକ ଦୂର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପୈାରାଞ୍ଚଳ ଅଧିନ ୧୧ନମ୍ବର ୱାର୍ଡର ଅଧିବାସୀ ସେକ ତଇ ତୁଲ୍ଲା(୫୩) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୬ ଟା ସମୟରେ  ତଇ ଡ଼ବଲଇଉକେ ବୁଲେଟ ମଟର ସାଇକଳରେ କେନ୍ଦ୍ରାପଡାରୁ ଫେରୁଥିବା ବେଳେ ସେହି ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରାକ୍ଟରକୁ ପଛପଟରୁ  ଧକ୍କାଦେଇଥିଲା। ଫଳରେ ବୁଲେଟ ଆରୋହୀ ତଇ ରାସ୍ତା ଉପରକୁ ଛିଟିକି ପଡିଥିଲେ। ବୁଲେଟ ଆରୋହୀ ସେକ ତଇ ତୁଲ୍ଲା ଓ ପଛରେ ବସିଥିବା ତାଙ୍କ ଭାଉଜଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତଇଙ୍କୁ ମୃତ ଘୋଷଣା କରିଥିବା ବେଳେ ତଇଙ୍କ ଭାଉଜଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି।


Discover more from

Subscribe now to keep reading and get access to the full archive.

Continue reading