ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ , ଶ୍ରୀ କ୍ଷେତ୍ରପାଳ ସ୍ପୋଟିଂ ୟୁନିଅନ ବିଜୟୀ



କେନ୍ଦ୍ରାପଡ଼ା,୯ା୧୨: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍‌ର ଚତୁର୍ଥ ଦିବସରେ ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ଓ ଶ୍ରୀ କ୍ଷେତ୍ରପାଳ ସ୍ପୋଟିଂ ୟୁନିଅନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କ୍ଷେତ୍ରପାଳ ସ୍ପୋଟିଂ ପ୍ରଥମେ ବ୍ୟାଟିଂ କରି ୩୯ ଓଭରରେ ୨୩୪ରନ କରି ଅଲଆଉଟ ହୋଇଥିଲା । ସେହିପରି ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ୧୦ ଓଭରେ ୧୦୨ରନ କରି ଅଲଆଉଟ ହୋଇଥିଲା । ଏହି ମ୍ୟାଚରେ କ୍ଷେତ୍ରପାଳ ସ୍ପୋଟିଂ ୟୁନିଅନ ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବକୁ ୧୩୨ରନରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ଦୀପ୍ତି ଭୂଷଣ ବିହାରୀ ମ୍ୟାନ ଅଫ ମ୍ୟାଚ ହୋଇଥିଲେ । ଶ୍ରୀ ବିହାରୀ ୯ଓଭର ବୋଲିଂ କରି ୨ଓଭର ମେଡେନ କରି ୩୫ରନ ଦେଇ ୪ଟି ୱିକେଟ ନେଇଥିଲେ । ସେହିପରି ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବର ଉମାକାନ୍ତ ମଲ୍ଲିକ ୯ଓଭର ବୋଲିଂ କରି ୫୨ରନ ଦେଇ ୫ଟି ୱିକେଟ ନେଇଥିଲେ । ନିରଞ୍ଜନ ଦାସ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ଚିରଞ୍ଜିବି ବଳ ଓ ଆନନ୍ଦ ବେହେରା ପରିଚାଳନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ୱାବଧାନରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।


Next Post

ଡିସେମ୍ବର ୧୩ରେ ନିର୍ମାଣ ଶ୍ରମିକଙ୍କ ରଣହୁଙ୍କାର

Mon Dec 9 , 2024
କେନ୍ଦ୍ରାପଡା, ୯ା୧୨: କେନ୍ଦ୍ରାପଡା ଜିଲ୍ଲା ଶ୍ରମ ଅଫିସ୍‌ରେ ୨୦୧୮ ମସିହାରୁ ୪୦୦୦ ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ଛାତ୍ରବୃତ୍ତି ଆବେଦନପତ୍ର, ୧୭୦୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ କନ୍ୟା ବିବାହ ସହାୟତା ପାଇଁ ଦରଖାସ୍ତ ଓ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁକାଳୀନ ସହାୟତା ଲାଗି ଦରଖାସ୍ତମାନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡିରହିଛି । ୨୦୨୩-୨୪ ଆର୍ôଥକ ବର୍ଷରେ ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସେମାନଙ୍କ ଜିଲ୍ଲାରେ ଥିବା ଶ୍ରମିକମାନଙ୍କୁ ସେମାନଙ୍କର ସହାୟତା ରାଶି ପ୍ରଦାନ କରିଥିବା […]