କଷଣଅଂଟା ହାଇସ୍କୁଲରେ ଅଭିମୁଖୀକାରଣ କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ୯/୧୨ -ରାଜ୍ୟ ସରକାରଙ୍କ ଦ୍ୱାରା ପଟ୍ଟାମୁଣ୍ଡାଇ ବ୍ଲକରେ ନୂତନ ଭାବେ ନିଯୁକ୍ତ ପାଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ସହ ୬ବର୍ଷ ପୂରଣ କରିଥିବା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ କଷଣଅଂଟା ହାଇସ୍କୁଲ ଠାରେ ଏକ ଦିନିକିଆ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜ୍ୟସ୍ତରୀୟ ଶିକ୍ଷକ ନେତା ସିଆରସିସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟ ବକ୍ତା, ପଟ୍ଟାମୁଣ୍ଡାଇ ବ୍ଲକ ବି.ଆର.ସି.ସି ଚନ୍ଦ୍ରଶେଖର ତ୍ରିପାଠୀ, ଏବିଇଓ ପ୍ରେମବାଳା ମହାପାତ୍ର, କଷଣଅଂଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା ଶିକ୍ଷାବିତ ସୁରେଶ ଜେନା, ହିମାଂଶୁ ଶେଖର ସାହୁ ଉମାକାନ୍ତ ଜେନା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀ ନୂତନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉତମ ଶିକ୍ଷାଦାନ ସହିତ ବିଦ୍ୟାଳୟରେ ଆପାର ଆଇଡି ସମ୍ପୂର୍ଣ୍ଣ କରିବା, ସ୍କୁଲ ୟୁ ଡାଇସ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ବିଦ୍ୟାଳୟରେ ପୋଷାକ ବଂଟନ କାର୍ଯକ୍ରମକୁ ସୁଚାରୁ ରୂପେ ନିଷ୍ଠାର ସହିତ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ସିଆରସିସି ରଞ୍ଜନ ସାହୁ ସ୍ୱାଗତଭାଷଣ ଓ ସିଆରସିସି ସଞ୍ଜୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ନାଗ ଚାକିରୀ କାଳ ୬ ବର୍ଷ ପୁରଣ କରିଥିବା ୪୯ଜଣ କନିଷ୍ଠ ଶିକ୍ଷକଶିକ୍ଷୟତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଶେଷରେ ସିଆରସିସି ଅରବିନ୍ଦ ବଳ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କନିଷ୍ଠ ଶିକ୍ଷକ ସଂଘ ସଭାନେତ୍ରୀ କ୍ରୀଷ୍ଣାବେଣୀ କର, ସମ୍ପାଦକ ମୃତ୍ୟୁଞ୍ଜୟ ନାୟକ,ସାଇ ଶୁଭଲକ୍ଷ୍ମୀ ରଥ, ସଙ୍ଗୀତା ବେହେରା ଇମିଲ୍ ରାୟ, ପ୍ରମୁଖ ପରିଚାଳନା କରିଥିବାବେଳେ ସିଆରସିସି ବିଭୂ ରଞ୍ଜନ ସାହୁ, ଲକ୍ଷ୍ମଣ ବିହାରୀ ସେଠୀ, ଶ୍ରୀରାମ ଜେନା, ଏମ୍‌ଡି ମସିଉଲ୍‌ହା,ସତ୍ୟବ୍ରତ ସାମନ୍ତରାୟ ମନୋଜ ସେଠୀ ବିନୟ ଦାସ, ରଞ୍ଜନ ବେହେରା,ଲୋକନାଥ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବ ଅଧିକାର ଦିବସ ପାଳିତ

Tue Dec 10 , 2024
ପଟ୍ଟାମୁଣ୍ଡାଇ ୧୦/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବ ଅଧିକାର ଓ ଆଇନ ସଚେତନତା ଶିବିର ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ସମିତି ଅଧ୍ୟକ୍ଷା ତଥା ବରିଷ୍ଠ ଦେୱାନୀ ବିଚାରପତି ସୁଶ୍ରୀସଙ୍ଗୀତା ମଲ୍ଲିକ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମାନବ ଅଧିକାର ଦିବସ ହେଉଛି ଏକ ଐତିହାସିକ ଦିବସ , ସ୍ୱାଧୀନ ଚେତନା ନେଇ ସମ୍ମାନର […]

KANIKA