ପଟ୍ଟାମୁଣ୍ଡାଇରେ ଚତୃର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ



ପଟ୍ଟାମୁଣ୍ଡାଇ ୧୪/୧୨- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଚତୃର୍ଥ ଲୋକ ଅଦାଲତ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛିା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀସଂଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଦାଲତରେ ପ୍ରି-ଲିଟିଗେସନ କେସ ୧୫ ଟି ମାମଲା ଫଇସଲା ହୋଇ ୨ ଲକ୍ଷ ୫୧ ହଜାର ଆଦାୟ କରାଯାଇଥିବା ବେଳେ ୬୦ ଟି ପୂର୍ବ ମାମଲା ଫଇସଲା ହୋଇ ୧୪ ଲକ୍ଷ ୨୪ ହଜାର ୫୭୪ ଟଙ୍କା ଆଦାୟ ହୋଇଅଛି । ଏହି ମାମଲା ଗୁଡିକ ମଧ୍ୟରୁ ଫୋଜଦାରୀ, ଚେକ ବାଉନ୍ସ, ଦେୱାନୀ ଓ ଜମିଅଧିକରଣ ସମେତ ଅନ୍ୟାନ୍ୟ ମାମଲା ଫଇସଲା ହୋଇଛି । ଏହି ଲୋକଅଦାଲତରେ ପଟ୍ଟାମୁଣ୍ଡାଇ ବାରର ଉପସଭାପତି ଆଇନଜିବୀ ସୁରେଶ ନରେନ୍ଦ୍ର, ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ପଣ୍ଡା, ପ୍ରଫୁଲ୍ଲ କୁମାର ଦାଶ, ଶରତ ମଲିକ, ବିଦ୍ୟା ଭୂଷଣ ଦାଶ ତାଲୁକ ଫ୍ରଂଟ ଅଫିସ ରିଟେନର-କମ ରିମାଣ୍ଡ ଆଇନଜୀବୀ ଧୀରେନ୍ଦ୍ର ନାଥ ସାହୁ ଓ ବରିଷ୍ଠ ଆଇନୀଜୀବୀ ଭୀମସେନ ପ୍ରଧାନ, ବିଜ୍ଞାନ ମିହିର ଜେନା, ରବୀନ୍ଦ୍ର ଦାଶ, ପ୍ରତାପ ପୃଷ୍ଟି, ମନୋଜ ନାୟକ, ଲିଗାଲ ଏଡ଼ର ଅପର୍ଣା ସାମଲ, ମୋହନ ଦାଶ ଓ ସମସ୍ତ କର୍ମକର୍ତାଙ୍କ ସମେତ ପିଏଲଭି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ । ଏହି ଲୋକଅଦାଲତରେ ଇଣ୍ଡିଆନ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ଚନ୍ଦ୍ରକାନ୍ତ ନନ୍ଦ, ଏସବିଆଇ ପରିଚାଳକ ସମେତ ବିଭିନ୍ନ ବ୍ୟାଙ୍କ ଶାଖା ପରିଚାଳକ ଉପସ୍ଥିତ ରହିଥିଲେ ।


Next Post

ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sat Dec 14 , 2024
କେନ୍ଦ୍ରାପଡ଼ା,୧୪ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆଶ୍ରମର ପ୍ରାର୍ଥନା ମଣ୍ଡପରେ ତୁଳସୀକ୍ଷେତ୍ରରେ ଆସନ୍ତା ଜାନୁଆରୀ ପହିଲାରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଗତ ୮ବର୍ଷ ଧରି ସନ୍ନ୍ୟାସିନୀ ଶ୍ରୀମା’ ସ୍ୱାମୀ […]

KANIKA