କେନ୍ଦ୍ରାପଡ଼ା ମାଟିର ପୁଅ ଓଡ଼ିଶା ଭଲି ଟିମର ଅଧିନାୟକ ଅଭିନ୍ନ ସାମଲଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା



କେନ୍ଦ୍ରାପଡା ୧୬/୧୨ – କେନ୍ଦ୍ରାପଡ଼ା ମାଟି ଭଲିବଲର ମାଟି। ଏହି ମାଟିର ସନ୍ତାନ ଅନେକ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ କେନ୍ଦ୍ରାପଡ଼ାକୁ ଗୌରବନ୍ୱିତ କରିଛନ୍ତି। ଚଉଦ ବର୍ଷରୁ କମ୍ ଓଡ଼ିଶା ଭଲି ଟିମ୍‌ର ଅଧିନାୟକ ଭାବରେ ମନୋନୀତ ହୋଇ କେନ୍ଦ୍ରାପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ର ଅଭିନ୍ନ ସାମଲ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ଜାତୀୟସ୍ତରୀୟ ସ୍କୁଲ ପ୍ରତିଯୋଗିତାରେ ତିନି ତାରିଖରୁ ଚଉଦ ତାରିଖ ପର୍ଯ୍ୟନ୍ତ ଖେଳି ସୁନାମ ଆଣିଛନ୍ତି। ଓଡ଼ିଶା କ୍ୟାପଟେନ ଅଭିନ୍ନ ସାମଲଙ୍କୁ ଗତକାଲି କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆ ଠାରେ ୟୁଥ୍ ଭଲିବଲ ଏକାଡେମୀ, କେନ୍ଦ୍ରାପଡ଼ା ଦ୍ୱାର ଏକ ସମ୍ବର୍ଦ୍ଧନା ପର୍ବ ଆୟୋଜନ କରାଯାଇଥିଲା। ଏହି ସଭାରେ ଅଥଲେଟିକ ଆସୋସିଏସନର ସମ୍ପାଦକ ସାୟେଦ ଅକ୍ମଲ୍ ଅଲ୍ଲୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଏସିଡେମିର ସଭାପତି ସେକ ରଫିକ୍‌, ସମ୍ପାଦକ ସେକ ରେହାନ, ପୂର୍ବତନ ଭଲିବଲ ଖେଳାଳୀ ମହମ୍ମଦ ଅସଗର ଅଲ୍ଲୀ, ପିତା ଅଚ୍ୟୁତାନନ୍ଦ ସାମଲ, ଆଦି ଉପସ୍ଥିତ ରହି କ୍ୟାପଟେନ ଅଭିନ୍ନ ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ଉତ୍ସବରେ ବହୁତ ସଂଖ୍ୟକ ଖେଳାଳି ଉପସ୍ଥିତ ଥିଲେ। ଅଭିନ୍ନ ସାମଲଙ୍କର ଭଲି ଖେଳରେ ଉତ୍ତରୋତ୍ତର ଉନ୍ନତି ହେଉ ବୋଲି ଉପସ୍ଥିତ ଅତିଥି ମାନେ ଆଶୀର୍ବାଦ କରିଥିଲେ ଓ କରତାଳି ଦେଇ ଉତ୍ସାହିତ କରିଥିଲେ। ଆଗାମୀ ଦିନରେ ଦେଶପାଇଁ ଭଲି ଖେଳିବାକୁ ଆଶା ରଖିଥିବା ଅଭିନ୍ନ ପ୍ରକାଶ କରି କେନ୍ଦ୍ରାପଡ଼ାରେ ଭଲି ବଲର ଅଭିଜ୍ଞ କୋଚର ଆବଶ୍ୟକତା ଅଛି ବୋଲି ମାର ପ୍ରକାଶ କରିଥିଲେ। ଶେଷରେ ସେକ ରଫିକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading